ଏସସିବି ମେଡିକାଲ ପରିସରରୁ ଯୁବକଙ୍କ ମୃତଦେହ ଉଦ୍ଧାର

0

କଟକ: ଏସସିବି ମେଡିକାଲ ପରିସରରୁ ଏକ ଯୁବକଙ୍କ ମୃତଦେହ ମିଳିଛି। ଯକ୍ଷ୍ମାରୋଗ ୱାର୍ଡର ନିର୍ମାଣଧୀନ କୋଠା ଘରେ ରକ୍ତାକ୍ତ ଅବସ୍ଥାରେ ପଡିଥିବା ଯୁବକଙ୍କ ମୃତଦେହକୁ ମଙ୍ଗଳାବାଗ ପୁଲିସ ପହଞ୍ଚି ଉଦ୍ଧାର କରିଛି । ଏଯାବତ୍ ଯୁବକଙ୍କ ପରିଚୟ ମିଳିନଥିବା ବେଳେ କେହି ଦୁର୍ବୃର୍ତ୍ତ ଯୁବକଙ୍କୁ ହତ୍ୟା କରି ଏଠାରେ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି । ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

Leave A Reply