ଡରାଉଛି ବିଲ ନିଆଁ

ବୌଦ୍ଧ : ଗ୍ରୀଷ୍ମ ପ୍ରବାହ ଧିରେ ଧିରେ ବୃଦ୍ଧି ପାଉଥିବାବେଳେ ବୌଦ୍ଧଜିଲାର ଚାରିପଟେ ଜଙ୍ଗଲ ଗୁଡିକରେ ଲାଗିଥିବା ନିଆଁ ବନ ବିଭାଗ ପାଇଁ ଚିନ୍ତାର କାରଣ ପାଲଟିଛି। ସେହିପରି ଆଗାମୀ ଚାଷକୁ ଦୃଷ୍ଟିରେ ରଖି ବିଲ ପ୍ରସ୍ତୁତ କରିବାକୁ ଚାଷୀମାନେ ବିଲରୁ ଧାନ କଟାପରେ ବଳକା ନଡାଗୁଡିକ ସଫା କରିବା ପାଇଁ  ନିଆଁ ଲଗାଇ ଦେଉଥିବା ଦେଖିବାକୁ ମିଳିଛି। ଫଳରେ ବିଲରୁ ନିଆଁ ଉଡି ଅଗ୍ନିକାଣ୍ଡ ଘଟଣା ବୃଦ୍ଧି ପାଇବା ସହ ବାୟୁମଣ୍ଡଳର ଉତ୍ତାପ ଭୟଙ୍କର ଭାବରେ ବୃଦ୍ଧି ପାଇବାରେ ଲାଗିଛି। ଅନ୍ୟପଟେ ବିଲ ନିଆଁର ଧୂଆଁରେ ବହୁ ଦୂର ପର୍ଯ୍ୟନ୍ତ ବାୟୁମଣ୍ଡଳ ଧୂଆଁମୟ ହେବା ସହିତ ଆଖିପୋଡିବା ଓ ନିଃଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ହେଉଥିବା ଅନେକ ଲୋକ ଅଭିଯୋଗ କରୁଛନ୍ତି। ଜଙ୍ଗଲ ନିଆଁକୁ ଆୟତ୍ତ କରିବାକୁ ବନ ବିଭାଗର କର୍ମଚାରୀ ଓ ବନ ସୁରକ୍ଷା ସମିତିଗୁଡିକ ଦିନରାତି ଲାଗିଥିବାବେଳେ ବିଲ ନିଆଁ କିଲୋମିଟର କିମି ଦୂର ପର୍ଯ୍ୟନ୍ତ ବ୍ୟାପିବାରେ ଲାଗିଛି। ଏ ସଂପର୍କରେ ବ୍ୟାପକ ସଚେତନତା କରାନଗଲେ ଆଗାମୀ ଦିନରେ ବିଲ ନିଆଁ ପରିବେଶ ଉପରେ ପ୍ରତିକୂଳ ପ୍ରଭାବ ପକାଇବା ସହିତ ଅନେକ ସମସ୍ୟା ସୃଷ୍ଟି କରିବ ବୋଲି ପରିବେଶବିତ୍‌ମାନେ ମତପ୍ରକାଶ କରୁଛନ୍ତି।

Comments are closed.