ସୋମବାରରୁ ଆରମ୍ଭ ହେବ ଅଯୋଧ୍ୟା ଜମି ବିବାଦ ମାମଲା ବିଚାର

ନୂଆଦିଲ୍ଲୀ: ଏକ ସପ୍ତାହ ଧରି ଦଶହରା ଛୁଟି ପରେ ପୁଣି ଆସନ୍ତାକାଲିଠାରୁ ସୁପ୍ରିମକୋର୍ଟରେ ଅଯୋଧ୍ୟା ଜମି ବିବାଦ ମାମଲାର ଶୁଣାଣି ଆରମ୍ଭ ହେବ। ଆସନ୍ତାକାଲି ଏହି ପ୍ରସଙ୍ଗ ମାମଲାର ଶୁଣାଣି ୩୮ ଦିନରେ ପହଞ୍ଚିଛି। ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ପାଞ୍ଚ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ଏହି ମାମଲାର ଗତ ଅଗଷ୍ଟ ୬ରୁ ଲଗାତାର ଶୁଣାଣି କରୁଛନ୍ତି ଏବଂ ଏହାର ଚୂଡାନ୍ତ ଶୁଣାଣି ପାଇଁ ପୂର୍ବ ନିର୍ଦ୍ଧାରିତ ସମୟରେ ପରିବର୍ତ୍ତନ କରିଛନ୍ତି।

ଖଣ୍ଡପୀଠ ଏହି ପ୍ରସଙ୍ଗରେ ସର୍ବଶେଷ ଶୁଣାଣି ପାଇଁ ଚଳିତ ମାସ ୧୭ ତାରିଖ ଧାର୍ଯ୍ୟ କରିଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ ଗୋଗୋଇ ଚଳିତ ବର୍ଷ ନଭେମ୍ବର ୧୭ରେ ଅବସର ଗ୍ରହଣ କରୁଥିବାରୁ ସେହିଦିନ ଅଯୋଧ୍ୟା ମାମଲାର ନିଷ୍ପତ୍ତି ଆସିବାର ସମ୍ଭାବନା ରହିଛି।

Comments are closed.