ବିଜେପି ପ୍ରାର୍ଥୀ ଭାରତୀ ଘୋଷଙ୍କ ଗିରଫଦାରି ଉପରେ ରହିତାଦେଶ ଜାରି କଲେ ସୁପ୍ରିମକୋର୍ଟ

ପୂର୍ବତନ ଆଇପିଏସ ଅଧିକାରୀ ତଥା ପଶ୍ଚିମବଙ୍ଗ ଦେବରା ବିଧାନସଭା ନିର୍ବାଚନମଣ୍ଡଳୀରୁ ବିଜେପି ପ୍ରାର୍ଥୀ ହୋଇଥିବା ଭାରତୀ ଘୋଷଙ୍କ ଗିରଫଦାରୀ ଉପରେ ସୁପ୍ରିମକୋର୍ଟ ରହିତାଦେଶ ଜାରି କରିଛନ୍ତି। ୨୦୧୯ ଲୋକସଭା ନିର୍ବାଚନ ସମୟରେ ନିର୍ବାଚନୀ ହିଂସା ଅଭିଯୋଗରେ ତାଙ୍କୁ ତୁରନ୍ତ ଗିରଫ କରିବାକୁ ୱାରେଣ୍ଟ ଜାରି କରାଯାଇଥିଲା।

ଆଜି ବିଚାରପତି ଜଷ୍ଟିସ ଅଶୋକ ଭୂଷଣ, ଏସ ଅବଦୁଲ ନାଜିର ଏବଂ ହେମନ୍ତ ଗୁପ୍ତାଙ୍କୁ ନେଇ ଗଠିତ ତିନିଜଣିଆ ଖଣ୍ଡପୀଠ ଭାରତୀ ଘୋଷଙ୍କ ବିରୋଧରେ କୌଣସି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଘୋଷ ତାଙ୍କ ଆବେଦନରେ ଯୁକ୍ତି ଦର୍ଶାଇଥିଲେ ଯେ ସର୍ବୋଚ୍ଚ ନ୍ୟାୟାଳୟ ତାଙ୍କୁ ସୁରକ୍ଷା ଦେବା ସତ୍ତ୍ୱେ ମମତା ବାନାର୍ଜୀ ସରକାର ଏକ ନୂଆ ଏତଲା ଆଧାରରେ ଗିରଫ କରିବାକୁ ଉଦ୍ୟମ କରୁଛନ୍ତି ଓ ଯୋଜନାବଦ୍ଧ ଭାବେ ତାଙ୍କ ରାଜନୈତିକ କ୍ୟାରିୟର ନଷ୍ଟ କରିବା ପାଇଁ ଚେଷ୍ଟା କରୁଛନ୍ତି।

ଏହି ମାମଲାର ୨ ମାସ ପରେ ପରବର୍ତ୍ତୀ ଶୁଣାଣି ହେବ ବୋଲି ଶୀର୍ଷ କୋର୍ଟ କହିଛନ୍ତି। ପୂର୍ବରୁ ମମତା ବାନାର୍ଜୀଙ୍କ ନିକଟତର ବିବେଚନା କରାଯାଉଥିବା ଭାରତୀ ଘୋଷ ଗତକାଲି ଏହି ପ୍ରସଙ୍ଗ ନେଇ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

Comments are closed.