ଅଯୋଧ୍ୟା ମାମଲା: ସୁପ୍ରିମକୋର୍ଟ କହିଲେ ବହୁତ ହୋଇଗଲା, ଆଜି ଶୁଣାଣି ସାରି ଉଠିବୁ

ନୂଆଦିଲ୍ଲୀ: ଅଯୋଧ୍ୟା ଜମି ବିବାଦ ମାମଲାର ଶୁଣାଣି ବୁଧବାର ଲଗାତର ୪୦ତମ ଦିନରେ ପହଞ୍ଚିଛି। ବୁଧବାର ଶୁଣାଣି ଆରମ୍ଭ ହୋଇଯାଇଛି। ୫ ଜଣିଆ ସଦସ୍ୟ ବିଶିଷ୍ଟ ସାମ୍ବିଧାନିକ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରୁଛନ୍ତି। ଆଜି ଏହି ମାମଲାରେ ଆଉ ଏକ ପକ୍ଷ ହିନ୍ଦୁ ମାୟା ସଭାର ହସ୍ତକ୍ଷେପ ପାଇଁ ଆବେଦନକୁ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ କହିଛନ୍ତି, ବହୁତ ହୋଇଗଲା, ଏହି ମାମଲାର ଶୁଣାଣି ଆଜି ଶେଷ ​ ହେବ। କାହାକୁ ଆଉ ସମୟ ଦିଆଯିବ ନାହିଁ। ଆମେ ଶୁଣାଣି ଶେଷ କରି ଉଠିବୁ। ଅପରାହ୍ନ ୫ଟା ସୁଦ୍ଧା ଶୁଣାଣି ଶେଷ ହୋଇଯିବ।

ସୂଚନାଯୋଗ୍ୟ, ଗତ ମଙ୍ଗଳବାର ପ୍ରଧାନ ବିଚାରପତି କହିଥିଲେ, ସମସ୍ତ ପକ୍ଷ ଅକ୍ଟୋବର ୧୬ ସୁଦ୍ଧା ମାମଲା ସମ୍ବନ୍ଧୀୟ ସମସ୍ତ ଦଲିଲ ଦାଖଲ କରିଦିଅନ୍ତୁ। କାରଣ ଏହା ପରେ ରାୟ ଲେଖିବା ପାଇଁ ୪ ସପ୍ତାହ ସମୟ ଲାଗିବ।

Comments are closed.