ଅଯୋଧ୍ୟା ଜମି ବିବାଦ ରାୟ ସ୍ଥଗିତ ରଖିଲେ ସର୍ବୋଚ୍ଚ ନ୍ୟାୟାଳୟ

0

ନୂଆଦିଲ୍ଲୀ: ରାମ ଜନ୍ମଭୂମି – ବାବ୍ରି ମସ୍‍ଜିଦ୍‍ ଜମି ବିବାଦର ସମାଧାନ ମଧ୍ୟସ୍ଥତା ଜରିଆରେ ହେବ କି ନାହିଁ, ସେ ସଂକ୍ରାନ୍ତରେ ସର୍ବୋଚ୍ଚ ନ୍ୟାୟାଳୟ ରାୟକୁ ସ୍ଥଗିତ ରଖିଛନ୍ତି। ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ପାଞ୍ଚ ଜଣିଆ ଖଣ୍ଡପୀଠ କହିଛନ୍ତି, ରାମ ଜନ୍ମଭୂମି – ବାବ୍ରି ମସ୍‍ଜିଦ୍‍ ଜମି ବିବାଦ ଓ ଏହା ଉପରେ ମଧ୍ୟସ୍ଥତାର ଫଳାଫଳର ଗୁରୁତ୍ୱ ବିଷୟରେ ଅଦାଲତ ଅବଗତ ଅଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି, ଏହି ମାମଲା କେବଳ ଜମି ମଧ୍ୟରେ ସୀମିତ ନୁହେଁ, ଏହା ଲୋକମାନଙ୍କର ମନୋଭାବ ଓ ଆସ୍ଥା ସହ ଜଡ଼ିତ। ମଧ୍ୟସ୍ଥତା ଜରିଆରେ ଏହାର ସୌହାର୍ଦ୍ଦ୍ୟପୂର୍ଣ୍ଣ ସମାଧାନ ପାଇଁ ଉଦ୍ୟମ କରିବାକୁ ସୁପ୍ରିମ୍‍କୋର୍ଟ ଉଭୟ ପକ୍ଷଙ୍କୁ କହିଛନ୍ତି। ୨୦୧୦ ଆହ୍ଲାବାଦ ହାଇକୋର୍ଟଙ୍କ ରାୟ ବିରୁଦ୍ଧରେ ସୁପ୍ରିମ୍‍କୋର୍ଟରେ ୧୪ଟି ଆବେଦନ ହୋଇଥିଲା ଯେଉଁଥିରେ ଆହ୍ଲାବାଦ ହାଇକୋର୍ଟ ଅଯୋଧ୍ୟାରେ ଥିବା ୨.୭୭ ଏକର ଜମିକୁ ସୁନି ୱାକଫ ବୋର୍ଡ, ନିର୍ମୋହୀ ଆଖଡ଼ା ଓ ରାମ ଲଲା ମଧ୍ୟରେ ସମାନ ଭାବେ ବାଣ୍ଟି ଦେଇଥିଲେ।

Leave A Reply