ନିର୍ବାଚନ ବଣ୍ଡ ଯୋଜନା : ରାୟ ସଂରକ୍ଷିତ ରଖିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ରାଜନୈତିକ ଦଳଗୁଡ଼ିକୁ ପାଣ୍ଠି ପ୍ରଦାନ ପାଇଁ ସରକାରଙ୍କ ନିର୍ବାଚନ ବଣ୍ଡ ଯୋଜନାକୁ ଚ୍ୟାଲେଞ୍ଜ କରି ହୋଇଥିବା ଏକ ଆବେଦନ ଉପରେ ସୁପ୍ରିମକୋର୍ଟ ତାଙ୍କର ରାୟ ସଂରକ୍ଷିତ ରଖିଛନ୍ତି। ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଏକ ଖଣ୍ଡପୀଠ କହିଛନ୍ତି।

ଆସୋସିଏସନ ଅଫ ଡେମୋକେଟ୍ରିକ ରିଫର୍ମସ(ଏଡିଆର) ସ୍ବେଚ୍ଛାସେବୀ ସଂଗଠନର ଆବେଦନ ଉପରେ ଶୁକ୍ରବାର ରାୟ ଘୋଷଣା କରାଯିବ। ସେହି ସଂଗଠନ ଏହି ଯୋଜନାର ବୈଧତାକୁ ଚ୍ୟାଲେଞ୍ଜ କରି ମଧ୍ୟବର୍ତ୍ତିକାଳୀନ ନିର୍ଦ୍ଦେଶ ଦିଆଯିବାକୁ ଚାହିଁଛି।
ଏଡିଆର କହିଛି, ନିର୍ବାଚନ ବଣ୍ଡ ଯୋଜନା ଉପରେ ସ୍ଥଗିତାଦେଶ ଲାଗୁ କରାଯାଉ କିମ୍ବା ସମଗ୍ର ପ୍ରକ୍ରିୟାରେ ସ୍ୱଚ୍ଛତା ଲାଗି ଦାତାମାନଙ୍କର ନାମ
ପ୍ରକାଶ କରାଯାଉ। ଆଟର୍ଣ୍ଣି ଜେନେରାଲ୍‍ କେ.କେ. ବେଣୁଗୋପାଳ କେନ୍ଦ୍ର ସରକାରଙ୍କ ପାଇଁ କୋର୍ଟରେ ହାଜର ହୋଇ ନିର୍ବାଚନ ବଣ୍ଡ ଯୋଜନାକୁ
ସମର୍ଥନ କରି କହିଛନ୍ତି, ନିର୍ବାଚନରେ କଳାଧନ ବ୍ୟବହାରକୁ ରୋକିବା ଏହାର ମୂଳ ଲକ୍ଷ୍ୟ।

Comments are closed.