ପ୍ରଧାନ ବିଚାରପତିଙ୍କ ବିରୁଦ୍ଧରେ ଆଗତ ଯୌନ ନିର୍ଯାତନା ଅଭିଯୋଗ : ଆଭ୍ୟନ୍ତରୀଣ ତଦନ୍ତ କମିଟି କୌଣସି ପ୍ରମାଣ ପାଇ ନାହିଁ

ନୂଆଦିଲ୍ଲୀ : ସୁପ୍ରିମକୋର୍ଟର ଜଣେ ପୂର୍ବତନ ମହିଳା କର୍ମଚାରୀଙ୍କ ଦ୍ୱାରା ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ବିରୁଦ୍ଧରେ ଅଣାଯାଇଥିବା ଯୌନ ନିର୍ଯାତନା ଅଭିଯୋଗ ନେଇ ଜଷ୍ଟିସ୍‍ ଏସ୍‍.ଏ. ବୋବ୍‍ଡେଙ୍କ ଅଧ୍ୟକ୍ଷତାରେ ଗଠିତ ଆଭ୍ୟନ୍ତରୀଣ ତଦନ୍ତ କମିଟି ବର୍ତ୍ତମାନ ସୁଦ୍ଧା କୌଣସି ପ୍ରମାଣ ପାଇ ନାହାନ୍ତି । ସୁପ୍ରିମକୋର୍ଟ ସେକ୍ରେଟେରୀ ଜେନେରାଲ୍‍ଙ୍କ କାର୍ଯ୍ୟାଳୟରୁ ଜାରି ଏକ ନୋଟିସରେ କୁହାଯାଇଛି, କମିଟିଙ୍କର ରିପୋର୍ଟ ସର୍ବସାଧାରଣରେ ପ୍ରକାଶ କରାଯାଇପାରିବ ନାହିଁ ।

ଏଥିରେ କୁହାଯାଇଛି, ଆଭ୍ୟନ୍ତରୀଣ ତଦନ୍ତ କମିଟି ଗତ ୫ ତାରିଖରେ ତାଙ୍କର ରିପୋର୍ଟ ଜଷ୍ଟିସ୍‍ ବୋବ୍‍ଡେଙ୍କ ଉପରିସ୍ଥ ବିଚାରପତିଙ୍କୁ
ପ୍ରଦାନ କରିଛନ୍ତି ଓ ସମ୍ପୃକ୍ତ ବିଚାରପତି ଅର୍ଥାତ୍‍ ଭାରତର ପ୍ରଧାନବିଚାରପତିଙ୍କୁ ଏହାର ଏକ ନକଲ ଦେଇଛନ୍ତି ।

Comments are closed.