ପଶ୍ଚିମବଙ୍ଗରେ ୮ ପର୍ଯ୍ୟାୟରେ ମତଦାନ ନିଷ୍ପତ୍ତି ବିରୋଧରେ ଦାୟର ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ

ପଶ୍ଚିମବଙ୍ଗରେ ​​୮ଟି ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ କରିବାକୁ ନେଇ ନିର୍ବାଚନ ଆୟୋଗଙ୍କ ନିଷ୍ପତ୍ତି ବିରୋଧରେ ଦାୟର ଆବେଦନକୁ ଆଜି ସର୍ବୋଚ୍ଚ ନ୍ୟାୟାଳୟ ଖାରଜ କରିଦେଇଛନ୍ତି। ପ୍ରଧାନ ବିଚାରପତି ଏସ୍. ଏ. ବୋବଡେଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଥିଲେ। ଏହି ଆବେଦନରେ ଆବେଦନକାରୀ ଦର୍ଶାଇଥିଲେ ଯେ ରାଜ୍ୟରେ ଆଠଟି ପର୍ଯ୍ୟାୟରେ ଅସମାନ ଢଙ୍ଗରେ ବିଧାନସଭା ନିର୍ବାଚନକୁ ବନ୍ଦ କରିବାକୁ ନିର୍ବାଚନ କମିଶନଙ୍କୁ ନିର୍ଦ୍ଦେଶ ଦିଆଯାଉ ଏବଂ ରାଜ୍ୟରେ ନିର୍ବାଚନ ପ୍ରଚାର ସମୟରେ ବିଜେପି ଏବଂ ଏହାର ନେତାମାନଙ୍କୁ ‘ଜୟ ଶ୍ରୀରାମ’ ସ୍ଲୋଗାନ ଦେବାକୁ ବାରଣ କରାଯାଉ।

ଖଣ୍ଡପୀଠ କହିଛନ୍ତି ଯେ ‘ଜୟ ଶ୍ରୀରାମ’ ଧ୍ୱନିକୁ ନିର୍ବାଚନୀ ଫାଇଦା ପାଇଁ ବ୍ୟବହାର ଲୋକ ପ୍ରତିନିଧୀ ଅଧିନିୟମ, ୧୯୫୧ର ଧାରା ୧୨୩ (୩) ଏବଂ ୧୨୫କୁ ଉଲ୍ଲଂଘନ କରୁନାହିଁ। ଅନ୍ୟପକ୍ଷରେ ବିଚାରପତି ଜଷ୍ଟିସ୍ ଏ. ଏସ୍. ବୋପାନ୍ନା ଏବଂ ଭି. ରାମ ସୁବ୍ରମଣ୍ୟମଙ୍କୁ ନେଇ ଗଠିତ ଖଣ୍ଡପୀଠ ଆବେଦନକାରୀ ଆଡଭୋକେଟ୍ ଏମ୍.ଏଲ୍ ଶର୍ମାଙ୍କ ଆବେଦନକୁ ଖାରଜ କରି ହାଇକୋର୍ଟ କିମ୍ବା ନିର୍ବାଚନ ଆୟୋଗଙ୍କ ନିକଟରେ ଏହି ପ୍ରସଙ୍ଗ ଉତଥାପନ କରିବାକୁ କହିଥିଲେ। ଏହି ମାମଲା ଖାରଜ କରିବା ବେଳେ ବେଞ୍ଚ କହିଛନ୍ତି ଯେ ଆମେ ଆପଣଙ୍କ ସହ ସହମତ ନୁହଁ। ଏହି ଆବେଦନରେ ଦର୍ଶାଯାଇଛି ଯେ ପଶ୍ଚିମବଙ୍ଗରେ ଆଠଟି ପର୍ଯ୍ୟାୟରେ ନିର୍ବାଚନ ଚାଲିଥିବା ବେଳେ ଅନ୍ୟ ରାଜ୍ୟଗୁଡିକ ଗୋଟିଏ ପର୍ଯ୍ୟାୟରେ ନିର୍ବାଚନ ହେଉଛି। ବିଶେଷ କରି ପଶ୍ଚିମବଙ୍ଗ କୌଣସି ଆତଙ୍କବାଦୀ ଆକ୍ରମଣର ସମ୍ମୁଖୀନ ହୋଇ ନ ଥିବାରୁ ଏଭଳି ନିଷ୍ପତ୍ତି ସମ୍ବିଧାନର ଧାରା ୧୪ ଉଲ୍ଲଂଘନ କରୁଛି।

Comments are closed.