ତ୍ରିପୁରାରେ ଏନ୍‍ଆର୍‍ସି ଲାଗୁ ପ୍ରସଙ୍ଗ: କେନ୍ଦ୍ରକୁ ଜବାବ ଲୋଡିଲେ ସୁପ୍ରିମକୋର୍ଟ

0

ନୂଆଦିଲ୍ଲୀ : ଆସାମ ପରେ ତ୍ରିପୁରାରେ ବେଆଇନ ଅନୁପ୍ରବେଶକାରୀ ଚିହ୍ନଟ ନିମନ୍ତେ ଜାତୀୟ ନାଗରିକ ପଞ୍ଜିକା (ଏନ୍‍ଆର୍‍ସି) ଲାଗୁ କରିବା ଦାବିରେ ହୋଇଥିବା ଏକ ଆବେଦନ ଉପରେ ସର୍ବୋଚ୍ଚ ଅଦାଲତ ସୋମବାର କେନ୍ଦ୍ର ସରକାରଙ୍କୁ ଜବାବ ଲୋଡିଛନ୍ତି। ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ, ବିଚାରପତି ଏସ୍‍. କେ. କାଉଲ ଏବଂ ବିଚାରପତି କେ. ଏମ୍‍. ଯୋଶେଫଙ୍କ ପୀଠ ତ୍ରିପୁରା ପିପୁଲ୍‍ସ ଫ୍ରଣ୍ଟ ପକ୍ଷରୁ ହୋଇଥିବା ଏହି ଆବେଦନ ଉପରେ ଶୁଣାଣି କରି କେନ୍ଦ୍ର ସରକାରଙ୍କୁ ଏହା ଉପରେ ଜବାବ ଉପସ୍ଥାପନ କରିବାକୁ ନିର୍ଦେଶ ଦେଇଛନ୍ତି। କେନ୍ଦ୍ର ସରକାର ଜୁଲାଇ ୩୦ରେ ଆସାମରେ ଏନ୍‍ଆର୍‍ସି ଲାଗୁ କରିଥିଲେ ଯଦ୍ଦ୍ୱାରା ରାଜ୍ୟର ୩.୨୯ କୋଟି ଲୋକଙ୍କ ମଧ୍ୟରୁ ୨.୮୯ କୋଟି ଲୋକ ନାଗରିକ ତାଲିକାରେ ସ୍ଥାନ ପାଇଥିଲେ। ଡିସେମ୍ବର ୩୧ ଜାନୁଆରୀ ୧ ମଧ୍ୟରାତିରେ ଆସାମ ପାଇଁ ଏନ୍‍ଆର୍‍ସିର ପ୍ରଥମ ଚିଠାପ୍ରସ୍ତାବ ପ୍ରକାଶ ପାଇଥିଲା।

Leave A Reply