ବୁଦ୍ଧପୂର୍ଣ୍ଣିମାରେ ବିଭିନ୍ନ ଦେବୀ ପୀଠରେ ଝାମୁ ଯାତ୍ରା

ତିଗିରିଆ: ପବିତ୍ର ବୁଦ୍ଧ ପୂର୍ଣ୍ଣିମା ଅବସରରେ ତିଗିରିଆ ବ୍ଲକ ଅନ୍ତର୍ଗତ ବିଭିନ୍ନ ଦେବୀ ପୀଠରେ ଝାମୁ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । କଠୋର ନୀତିକାନ୍ତି ମଧ୍ୟରେ ଶକ୍ତି ପୀଠ ଗୁଡିକରେ ଠାକୁରାଣୀଙ୍କ ସ୍ବତନ୍ତ୍ର ପୂଜା ଅନୁଷ୍ଠିତ ହୋଇଛି। ଏହି ବ୍ଲକର କଣ୍ଠିପୁର ଗ୍ରାମର ଆରାଧ୍ୟ ଦେବୀ ମା’ ଖଣ୍ଡୁଆଳୀଙ୍କ ପୀଠରେ ପ୍ରସିଦ୍ଧ ଝାମୁ ଯାତ୍ରା ଦେଖିବାକୁ ମିଳିଥିଲା।

ଏଠାରେ ଦେବୀଙ୍କ ଆଜ୍ଞା ମାଳ ପାଇବା ପରେ ମାନସିକଧାରୀ ପୀଠ ଠାରେ ସର୍ବନିମ୍ନ ୧୫ ହାତରୁ ସର୍ବାଧିକ ୭ଶହ ହାତ ଲମ୍ବର ସୁଦୀର୍ଘ ନିଆଁ ରଡ଼ ଉପରେ ଚାଲିଥିଲେ। ସେହିଭଳି କୋଇଲକନ୍ୟା କଳାପାଟଙ୍କ ପୀଠରେ ୫ ଜଣ ମାନସିକ ଧାରୀ ୧୪ ହାତ ଲେଖାଏଁ, ନିଜିଗଡ ମଙ୍ଗଳା ମନ୍ଦିର ଠାରେ ଜଣେ ମାନସିକଧାରୀ ୫୦ ହାତ ନିଆଁ ରଡ଼ ଉପରେ ଚାଲିଥିଲେ। ଏହି ଝାମୁ ଯାତ୍ରା ଦେଖିବା ଲାଗି ପୀଠରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା।

Comments are closed.