ସୁପ୍ରିମକୋର୍ଟର ୪ ନୂତନ ବିଚାରପତିଙ୍କ ଶପଥ ଗ୍ରହଣ

0

ନୂଆଦିଲ୍ଲୀ : ସୁପ୍ରିମକୋର୍ଟ ବିଚାରପତି ଭାବେ ୪ ଜଣ ହାଇକୋର୍ଟ ମୁଖ୍ୟ ବିଚାରପତି ଶୁକ୍ରବାର ପୂର୍ବାହ୍ଣରେ ଶପଥ ଗ୍ରହଣ କରିଛନ୍ତି। ଏମାନେ ହେଲେ ମଧ୍ୟପ୍ରଦେଶ ହାଇକୋର୍ଟ ମୁଖ୍ୟ ବିଚାରପତି ହେମନ୍ତ ଗୁପ୍ତା, ତ୍ରିପୁରା ହାଇକୋର୍ଟ ମୁଖ୍ୟ ବିଚାରପତି ଅଜୟ ରସ୍ତୋଗୀ, ପାଟନା ହାଇକୋର୍ଟ ମୁଖ୍ୟ ବିଚାରପତି ଏମ୍‍. ଆର୍‍. ଶାହ ଏବଂ ଗୁଜରାଟ ହାଇକୋର୍ଟ ମୁଖ୍ୟ ବିଚାରପତି ଆର୍‍. ସୁଭାଷ ରେଡ୍ଡୀ। ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ସେମାନଙ୍କୁ ପଦ ଏବଂ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ବର୍ତ୍ତମାନ ସୁପ୍ରିମକୋର୍ଟରେ ବିଚାରପତି ସଂଖ୍ୟା ୨୮ରେ ପହଞ୍ଚିଛି। ସୁପ୍ରିମକାର୍ଟ ବିଚାରପତି ଭାବେ ପଦୋନ୍ନତି ଲାଗି ଏହି ମୁଖ୍ୟ ବିଚାରପତିମାନଙ୍କ ନାମ ମଙ୍ଗଳବାର କେନ୍ଦ୍ର ସରକାରଙ୍କ ପକ୍ଷରୁ ସୁପାରିସ କରାଯାଇଥିଲା। ୪୮ ଘଣ୍ଟା ମଧ୍ୟରେ ଏହି ସୁପାରିସକୁ ଗୃହିତ କରି ସେମାନଙ୍କୁ ପଦୋନ୍ନତି ଦିଆଯାଇଛି। ଉଲ୍ଲେଖ ଯେ ସୁପ୍ରିମକୋର୍ଟ ବିଚାରପତି ମଦନ ବି. ଲୋକୁର ଓ ବିଚାରପତି କୁରିଏନ୍‍ ଯୋଶେଫ୍‍ ୨୦୧୮ ଶେଷ ସୁଦ୍ଧା ଏବଂ ବିଚାରପତି ଏ. କେ. ସିକ୍ରି ୨୦୧୯ ମାର୍ଚ୍ଚରେ ଅବସର ଗ୍ରହଣ କରିବେ।

Leave A Reply