ବିବାଦୀୟ ମନ୍ତବ୍ୟ ପ୍ରସଙ୍ଗ : ନୁପୂର ଶର୍ମାଙ୍କୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା

ନୂଆଦିଲ୍ଲୀ : ବିବାଦୀୟ ମନ୍ତବ୍ୟ ପାଇଁ ନୁପୂର ଶର୍ମାଙ୍କୁ ସୁପ୍ରିମକୋର୍ଟ ଭର୍ତ୍ସନା କରିଛନ୍ତି । ସେ ଜ୍ଞାନବାପୀ ମସ୍‍ଜିଦ୍‍ ପ୍ରସଙ୍ଗ ଉପରେ ଏକ ସମ୍ବାଦ ଚ୍ୟାନେଲରେ ବିତର୍କ ଚାଲିଥିବା ବେଳେ ପ୍ରଫେଟ ମହମ୍ମଦଙ୍କ ଉପରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ। ପରେ ବିଜେପିରୁ ନୁପୂର ଶର୍ମାଙ୍କୁ ନିଲମ୍ବନ କରାଯାଇଥିଲା। ଏବେ ସୁପ୍ରିମକୋର୍ଟ ତାଙ୍କୁ ଭର୍ତ୍ସନା କରିଛନ୍ତି । ସୁପ୍ରିମକୋର୍ଟ ନୁପୂର ଶର୍ମାଙ୍କର ଏକ ଆବେଦନର ଶୁଣାଣି କରିଛନ୍ତି । ତାଙ୍କ ବିରୁଦ୍ଧରେ ଦାଖଲ ହୋଇଥିବା
ଏଫଆଇଆରକୁ ଦିଲ୍ଲୀ ସ୍ଥାନାନ୍ତରିତ କରିବାକୁ ଲୋଡ଼ି ସେ ଆବେଦନ କରିଥିଲେ ।
ଜଷ୍ଟିସ ସୂର୍ଯ୍ୟକାନ୍ତ ଓ ଜେ.ବି. ପଡ଼ିୱାଲଙ୍କ ଖଣ୍ଡପୀଠ କହିଛନ୍ତି ନୁପୂର ଶର୍ମା ସମଗ୍ର ଦେଶକୁ କ୍ଷମାପ୍ରାର୍ଥନା କରିବା ଉଚିତ । ସେ ତାଙ୍କର ଆପତ୍ତିଜନକ ମନ୍ତବ୍ୟ ଦ୍ୱାରା ସମଗ୍ର ଦେଶର ଲୋକମାନଙ୍କର ଧାର୍ମିକ ଭାବନା ପ୍ରତି ଆଘାତ ପହଞ୍ଚାଇଥିବାର ଦୋଷାରୋପ କରି ସୁପ୍ରିମକୋର୍ଟ କହିଛନ୍ତି ଏହା ଯୋଗୁଁ ଦେଶରେ ବର୍ତ୍ତମାନ ଯାହା ସବୁ ଘଟୁଛି, ସେଥିପାଇଁ ସେ ଦାୟୀ । ଟେଲିଭିଜନ ମାଧ୍ୟମରେ ସେ ଦୋବାସୀଙ୍କୁ କ୍ଷମା ମାଗନ୍ତୁ ବୋଲି ଅଦାଲତ କହିଛନ୍ତି।

Comments are closed.