ଭର୍ଚୁଆଲ୍ ଶୁଣାଣିର ଅନଧିକୃତ ଭାବେ ଭିଡିଓ ଲିଙ୍କ ବାହାରକୁ ଦେବା ନେଇ ତାଗିଦ କଲେ ସୁପ୍ରିମକୋର୍ଟ

ଅନଧିକୃତ ଭାବେ ବା ବିନା ଅନୁମତିରେ ଭର୍ଚୁଆଲ୍ କୋର୍ଟ ଶୁଣାଣିର ଭିଡିଓ କନଫରେନ୍ସ ଲିଙ୍କ ଅନ୍ୟକୁ ଦେବା ନେଇ ସର୍ବୋଚ୍ଚ ନ୍ୟାୟାଳୟ ତାଲିକାଭୁକ୍ତ ଆଇନଜୀବୀମାନଙ୍କୁ ତାଗିଦ କରିଛନ୍ତି। ଏହାର ପ୍ରତିକୂଳ ପରିଣାମ ସମ୍ପର୍କରେ ତାଲିକାଭୁକ୍ତ ଆଇନଜୀବୀ ଏବଂ ବ୍ୟକ୍ତିଗତ ଆବେଦନକାରୀଙ୍କୁ ସୁପ୍ରିମକୋର୍ଟ ଚେତାବନୀ ଦେଇଛନ୍ତି।

ସର୍ବୋଚ୍ଚ ନ୍ୟାୟାଳୟଙ୍କ ରେଜିଷ୍ଟ୍ରି ଦ୍ୱାରା ଜାରି ନିର୍ଦ୍ଦେଶାବଳୀରେ କୁହାଯାଇଛି ଯେ ପ୍ରତ୍ୟେକ ମକଦ୍ଦମାକାରୀ ଗୋଷ୍ଠୀକୁ କେବଳ ଦୁଇଟି ଦୃଶ୍ୟ ଲିଙ୍କ୍ ଏବଂ ଗୋଟିଏ ଭିଉ ଲିଙ୍କ୍ ପ୍ରଦାନ କରାଯିବ। ଏହା ବ୍ୟତୀତ କୋର୍ଟଙ୍କ ବିନା ଅନୁମତିରେ ଭିଡିଓ କନଫରେନସିଂରେ ଦୃଶ୍ୟମାନ ହେବା ନେଇ ମଧ୍ୟ ନିଷେଧାଦେଶ ଜାରି କରାଯାଇଛି। ଏଥିରେ କୁହାଯାଇଛି ଯେ ନିର୍ଦ୍ଧିଷ୍ଟ ଦିନରେ ଶୁଣାଣି ପାଇଁ ତାଲିକାଭୁକ୍ତ ହୋଇନଥିବା ମାମଲାରେ ଓକିଲମାନେ କୋର୍ଟ କାର୍ଯ୍ୟରେ ଭାଗ ନେଉଥିଲେ। ନିର୍ଦ୍ଦେଶାବଳୀର ଉଲ୍ଲଂଘନ କରୁଥିବା ଓକିଲ ଏବଂ ପକ୍ଷଙ୍କୁ କୋର୍ଟକୁ ସମ୍ବୋଧିତ କରିବାକୁ ଅନୁମତି ଦିଆଯିବ ନାହିଁ ଓ ସେମାନଙ୍କର ଅଡିଓ ଏବଂ ଭିଡିଓ ଭାଗିଦାରୀ ନିଷିଦ୍ଧ କରାଯିବ।

Comments are closed.