କେରଳ ବନ୍ୟାକୁ ସୁପ୍ରିମକୋର୍ଟଙ୍କ ରାୟ ସହ ଯୋଡ଼ି ବିବାଦରେ ଆର୍‍ବିଆଇ ମୁଖ୍ୟ

0

ନୂଆଦିଲ୍ଲୀ : କେରଳର ପ୍ରଳୟଙ୍କରୀ ବନ୍ୟାକୁ ସୁପ୍ରସିଦ୍ଧ ସାବରିମାଳା ଆୟପ୍ପାନ ମନ୍ଦିରରେ ମହିଳାଙ୍କ ପ୍ରବେଶ ଉପରେ ସୁପ୍ରିମକୋର୍ଟଙ୍କ ରାୟ ସହିତ ଯୋଡି ବିବାଦୀୟ ହୋଇପଡିଛନ୍ତି ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‍ବିଆଇ)ର ନବନିଯୁକ୍ତ ନିର୍ଦେଶକ ଏସ୍‍. ଗୁରୁମୂର୍ତ୍ତି। ଏହି ମନ୍ଦିରରେ ମହିଳାଙ୍କ ପ୍ରବେଶ ବହୁ କାଳରୁ ନିଷେଧ କରାଯାଇଛି; ମାତ୍ର କିଛି ଦିନ ପୂର୍ବେ ସୁପ୍ରିମକୋର୍ଟ ଏ ସମ୍ବନ୍ଧୀୟ ଏକ ମାମଲାର ଶୁଣାଣି କରି ମନ୍ଦିର ଭିତରେ ମହିଳାଙ୍କୁ ପ୍ରବେଶ ଅନୁମତି ପ୍ରଦାନ କରିଥିଲେ। ଅଗଷ୍ଟ ୮ ପରେ ରାଜ୍ୟରେ ସୃଷ୍ଟ ପ୍ରଳୟଙ୍କରୀ ବନ୍ୟା ସମ୍ବନ୍ଧରେ ସାମାଜିକ ଗଣମାଧ୍ୟମ ଟ୍ୱିଟର୍‍ରେ ମତ ଦେଇ ଗୁରୁମୂର୍ତ୍ତି ଲେଖିଛନ୍ତି, ସାବରିମାଳା ମନ୍ଦିରରେ ମହିଳାଙ୍କ ପ୍ରବେଶ ସମ୍ବନ୍ଧୀୟ ମାମଲା ଏବଂ ଉକ୍ତ ସ୍ଥାନରେ ବିଗତ ଦିନରେ ଯାହା ଘଟିଗଲା ସେଥିରେ କି ସମ୍ବନ୍ଧ ରହିଛି ତାହା ଉପରେ ସୁପ୍ରିମକୋର୍ଟ ବିଚାର କରିବା ଉଚିତ। ଏପରିକି ସୁପ୍ରିମକୋର୍ଟଙ୍କ ରାୟ କାରଣରୁ ମନ୍ଦିର ଜଳାର୍ଣ୍ଣବ ହୋଇଥିବା ଦର୍ଶାଇ ସେ ପୁନଃ ଏକ ଟ୍ୱିଟ୍‍ କରିଥିଲେ।

Leave A Reply