ଆଇଏନଏକ୍ସ ମିଡିଆ ମାମଲା : କାର୍ତ୍ତି ଚିଦମ୍ବରମ୍‌ଙ୍କୁ ବିଦେଶ ଯିବାକୁ ସର୍ବୋଚ୍ଚ ଅଦାଲତଙ୍କ ଅନୁମତି

ନୂଆଦିଲ୍ଲୀ : ଆଇଏନଏକ୍ସ ମିଡିଆ ମାମଲାରେ ଅଭିଯୁକ୍ତ ଥିବା କଂଗ୍ରେସ ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି ଚିଦମ୍ବରମ୍‌ଙ୍କ ପୁଅ କାର୍ତ୍ତି ଚିଦମ୍ବରମ୍‌ଙ୍କୁ ବିଦେଶ ଯିବା ଲାଗି ସର୍ବୋଚ୍ଚ ଅଦାଲତ ସୋମବାର ଅନୁମତି ପ୍ରଦାନ କରିଛନ୍ତି । କାର୍ତ୍ତି ଅକ୍ଟୋବର ୨୫ରୁ ନଭେମ୍ବର ୨୧ ତାରିଖ ପର୍ଯ୍ୟନ୍ତ ବିଦେଶ ଗସ୍ତରେ ଯିବେ। ତେବେ ବିଦେଶ ଗସ୍ତ ପୂର୍ବରୁ ସର୍ବୋଚ୍ଚ ଅଦାଲତଙ୍କ ରେଜିଷ୍ଟ୍ରିଙ୍କ ନିକଟରେ ୧କୋଟି ଟଙ୍କା ଜମା ଦେବାକୁ କାର୍ତ୍ତିଙ୍କୁ ନିର୍ଦେଶ ଦିଆଯାଇଛି। ଅନ୍ୟପଟେ ସଲିସିଟର ଜେନେରାଲ ତୁଷାର ମେହେଟା ଅଦାଲତଙ୍କୁ କହିଥିଲେ ଯେ କାର୍ତ୍ତି ତଦନ୍ତରେ ସହଯୋଗ କରୁ ନାହାନ୍ତି। ତଦନ୍ତକାରୀ ଏଜେନ୍ସିର ବାରମ୍ବାର ସମନ ସତ୍ତ୍ବେ ସେ ଜେରା ନିମନ୍ତେ ହାଜର ହେଉ ନାହାନ୍ତି। ମେହେଟାଙ୍କ ଅଭିଯୋଗ ପରେ ଅଦାଲତ କହିଥିଲେ ତଦନ୍ତରେ ସହଯୋଗ କରିବା ପ୍ରସଙ୍ଗ ପରବର୍ତ୍ତୀ ସମୟରେ ବିଚାର କରାଯିବ। ଆଇଏନଏକ୍ସ ମିଡିଆ ଗ୍ରୁପ୍‌ରେ ବିଦେଶୀ ପୁଞ୍ଜି ନିବେଶ ନିମନ୍ତେ ଏଫଆଇପିବି ଅନୁମତି ପ୍ରଦାନ କରିଥିଲା। ଏଫଆଇପିବିର ଅନୁମତି ପଛରେ ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦମ୍ବରମ୍‌ଙ୍କ ଅନୁକମ୍ପା ରହିଥିବା ଅଭିଯୋଗ ହୋଇଛି।

Comments are closed.