ରାଫେଲ ମାମଲାର ଶୁଣାଣି ମାର୍ଚ୍ଚ ୧୪କୁ ଘୁଞ୍ଚିଲା

0

ନୂଆଦିଲ୍ଲୀ: ସର୍ବୋଚ୍ଚ ନ୍ୟାୟାଳୟ ରାଫେଲ ମାମଲାର ଶୁଣାଣିକୁ ମାର୍ଚ୍ଚ ୧୪ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି। ରାଫେଲ ଯୁଦ୍ଧ ବିମାନ କିଣା ମାମଲାରେ ସମୀକ୍ଷା ପିଟିସନ୍‍କୁ ଖାରଜ କରିବା ପାଇଁ ସରକାର ଚାହିଁଛନ୍ତି। ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଏକ ଖଣ୍ଡପୀଠ ରାଫେଲ ଯୁଦ୍ଧ ବିମାନ କିଣା କାରବାରରେ ସରକାରଙ୍କୁ କ୍ଲିନ୍‍ଚିଟ୍‍ ଦେଇ ସୁପ୍ରିମ୍‍କୋର୍ଟଙ୍କ ରାୟର ସମୀକ୍ଷା ଲୋଡ଼ି କରାଯାଇଥିବା ପିଟିସନ୍‍ଗୁଡ଼ିକର ତିନି ଘଣ୍ଟା ଧରି ଶୁଣାଣି ହୋଶୁଣାଣି କରିଥିଲେ। ପୂର୍ବତନ ଅର୍ଥମନ୍ତ୍ରୀ ଯଶୱନ୍ତ ସିହ୍ନା, ସାମ୍ବାଦିକରୁ ରାଜନୈତିକ ନେତା ହୋଇଥିବା ଅରୁଣ ସୌରୀ ଓ ସମାଜସେବୀ ତଥା ଓକିଲ ପ୍ରଶାନ୍ତ ଭୂଷଣ ପ୍ରମୁଖ ସମୀକ୍ଷା ପିଟିସନ୍‍ ଦାୟର୍‍ କରିଥିଲେ।

Leave A Reply