ସାମ୍ବିଧାନିକ ମାମଲାଗୁଡ଼ିକ ଭିଡ଼ିଓ ରେକର୍ଡ଼ିଂ ଓ ଲାଇଭ୍‍ ଷ୍ଟ୍ରିମିଙ୍ଗ୍‍ କରାଯାଇପାରିବ

0

ନୂଆଦିଲ୍ଲୀ :  ପ୍ରଧାନ ବିଚାରପତିଙ୍କ ଅଦାଲତରେ ଶୁଣାଣି କରାଯାଉଥିବା ସାମ୍ବିଧାନିକ ମାମଲାଗୁଡ଼ିକର ବିଚାରର ଭିଡ଼ିଓ ରେକର୍ଡ଼ିଂ ଓ ଲାଇଭ୍‍ ଷ୍ଟ୍ରିମିଙ୍ଗ୍‍ ପରୀକ୍ଷାମୂଳକ ଭାବେ କରାଯାଇପାରିବ।  ଏ ନେଇ ସରକାର ସେମବାର ସୁପ୍ରିମ କୋର୍ଟରେ ନିଜର ମତାମତ ଜଣାଇଛନ୍ତି ।
ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ଖଣ୍ଡପୀଠକୁ ଆଟର୍ଣ୍ଣି ଜେନେରାଲ୍‍ କେ.କେ. ବେଣୁଗୋପାଳ ଏହା କହିଛନ୍ତି। ଏଥି ପାଇଁ କୋର୍ଟ ସରକାରଙ୍କର ସହାୟତା ଲୋଡ଼ିଥିଲେ। ଆଟର୍ଣ୍ଣି ଜେନେରାଲ୍‍ କହିଛନ୍ତି, ଏହି ପ୍ରକ୍ରିୟାକୁ ପରେ ସମୀକ୍ଷା କରାଯାଇ ଏଥିରେ ସୁଧାର କରାଯିବ। ଖଣ୍ଡପୀଠ ଜନସ୍ବାର୍ଥ ମାମଲା ଦାଖଲ କରିଥିବା ଓକିଲ ଇନ୍ଦିରା ଜୟସିଂହଙ୍କ ସମେତ ସବୁ ପକ୍ଷକୁ ସେମାନଙ୍କର ମତାମତ ଆଟର୍ଣ୍ଣି ଜେନେରାଲ୍‍ଙ୍କୁ ପ୍ରଦାନ କରିବା ପାଇଁ କହିଛନ୍ତି । ଶ୍ରୀ ବେଣୁଗୋପାଳ ସମସ୍ତଙ୍କ ମତାମତକୁ ଏକାଠି କରି ସୁପ୍ରିମ କୋର୍ଟରେ ଜଣାଇବେ ଓ ପରେ ସୁପ୍ରିମ କୋର୍ଟ ଏହାକୁ ମଞ୍ଜୁରି ପ୍ରଦାନ କରିବେ। ଏହା ଉପରେ ପରବର୍ତ୍ତୀ ଶୁଣାଣି ପାଇଁ ଆଗାମୀ ୩୦ ତାରିଖକୁ ଦିନ ଧାର୍ଯ୍ୟ କରାଯାଇଛି।

Leave A Reply