ତପନ ମହାନ୍ତି ଅତିରିକ୍ତ ଜିଲା ଆରକ୍ଷୀ ଅଧିକ୍ଷକ ନିଯୁକ୍ତ

ସମ୍ବଲପୁର: ଗତ ମାସ ୧୯ ତାରିଖରେ ରାଜ୍ୟ ପୁଲିସ ଏଷ୍ଟାବ୍ଲିସମେନ୍ଟ ବୋର୍ଡ ଦ୍ୱାରା ପଦୋନ୍ନତି ପାଇଥିବା ଅତିରିକ୍ତ ଆରକ୍ଷୀ ଅଧିକ୍ଷକମାନଙ୍କୁ ସେମାନଙ୍କର ନୂତନ ପଦରେ ନିଯୁକ୍ତ କରାଯାଇଛି। ଏହି କ୍ରମରେ ରାଜ୍ୟ ପୁଲିସ ମୁଖ୍ୟାଳୟର ଚିଠି ସଂଖ୍ୟା ୨୪୭୨/ତା. ୨୨.୦୭.୨୦୨୧ ଅନୁଯାୟୀ, ସମ୍ବଲପୁର ଏସଡିପିଓ ତପନ ମହାନ୍ତିଙ୍କୁ ସମ୍ବଲପୁର ଜିଲା ଅତିରକ୍ତ ଆରକ୍ଷୀ ଅଧିକ୍ଷକ ଭାବରେ ନିଯୁକ୍ତ କରାଯାଇଛି।

ସେହିଭଳି ସମ୍ବଲପୁର ଜିଲାରେ କାର୍ଯ୍ୟରତ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଉଗ୍ରସେନ ପ୍ରଧାନଙ୍କୁ ସୁନ୍ଦରଗଡ ଜିଲାକୁ ବଦଳି କରାଯାଇଛି। ଏସଡିପିଓରୁ ପଦୋନ୍ନତି ପାଇଥିବା ଶିଶୁ ରଞ୍ଜନ ମହାପାତ୍ରଙ୍କୁ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଢ଼େଙ୍କାନାଳ ଜିଲାକୁ ବଦଳି କରାଯାଇଛି।

Comments are closed.