ହୋମିଓପାଥି କଲେଜ ଛାତ୍ରୀ ନିର୍ଯାତନା ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ତଦନ୍ତ ନିର୍ଦେଶ

ଭୁବନେଶ୍ବର : ସମ୍ବଲପୁରର ମଝିପାଲିସ୍ଥିତ ସରକାରୀ ହୋମିଓପାଥି କଲେଜରେ ଛାତ୍ରୀମାନଙ୍କୁ ରାଗିଂ ନାମରେ ଯୌନ ନିର୍ଯାତନା ଦେବା ଘଟଣାର ତଦନ୍ତ ନିର୍ଦେଶ ଦିଆଯାଇଛି। ଆଜି ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖି ଏହା ଜଣାଇଛନ୍ତି। ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ ଦ୍ୱାରା ଘଟଣାର ତଦନ୍ତ କରି ତିନିଦିନ ମଧ୍ୟରେ ରିପୋର୍ଟ ପ୍ରଦାନ କରିବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ନିର୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ ଯେ ଏହି ହୋମିଓପାଥି କଲେଜରେ ୪ ଜଣ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଦିଆଯାଇଥିବା ଖବର ଅବଗତ ହେବା ପରେ ମନ୍ତ୍ରୀ ଶ୍ରୀ ଦାସ ଏହି ପଦକ୍ଷେପ ନେଇଛନ୍ତି।

Comments are closed.