ସମ୍ବଲପୁର ଓ ଭୁବନେଶ୍ବରରେ ନୂଆ ଚାଷୀ ଆଇନକୁ ତୀବ୍ର ବିରୋଧ

ସମ୍ବଲପୁର: ସମ୍ବଲପୁରରେ ଓ ଭୁବନେଶ୍ବରରେ ନୂଆ ଚାଷୀ ଆଇନକୁ ତୀବ୍ର ବିରୋଧ କରାଯାଇଥିବା ଦେଖିବାକୁ ମିଳିଛି। ତେବେ ଏନେଇ ସମ୍ବଲପୁର ଜିଲା ମାନେଶ୍ବର ଛକରେ ପ୍ରତୀକାତ୍ମକ ରାସ୍ତା ଅବରୋଧ କରିଛି ପଶ୍ଚିମ ଓଡିଶା କୃଷକ ସମନ୍ବୟ ସମିତି। ସେହିପରି ଏହି ନୂତନ କୃଷି ଆଇନକୁ ବିରୋଧ କରି ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଭୁବନେଶ୍ୱରରେ ଚାଷୀମାନେ ଆନ୍ଦୋଳନ କରିଥିଲେ। ପରେ ଭୁବନେଶ୍ୱରକୁ ଆସୁଥିବା ଚାଷୀଙ୍କୁ ପୁଲିସ ଅଟକାଇଛି।

ଏହି ଅବସରରେ ଏକର ପିଛା ୧୯ କ୍ବିଣ୍ଟାଲ ଧାନ ସଂଗ୍ରହ ଏବଂ ଆଇଆରଏସ ସ୍କାନିଂକୁ ମଧ୍ୟ ଜୋରଦାର ବିରୋଧ କରିଛନ୍ତି ଚାଷୀ। କେନ୍ଦ୍ର ସରକାରଙ୍କ ଘରୋଇ ମଣ୍ଡି ପ୍ରତିଷ୍ଠା ଆଇନ, ଠିକା ଚାଷ ଆଇନ ଓ ଅତ୍ୟାବଶ୍ୟକୀୟ ସଂଶୋଧନ ଆଇନକୁ ଚାଷୀମାନେ ବିରୋଧ କରିଛନ୍ତି।

ସମ୍ବଲପୁର ଜିଲ୍ଲାର ଧାନ ଅମଳ କେତେ ହେଉଛି ତାହା ଭୁବନେଶ୍ବରରୁ କେମିିତି ନିର୍ଧାରଣ ହେଉଛି ଚାଷୀ ପ୍ରଶ୍ନ କରିଛନ୍ତି। ଜଳ ସେଚିତ ଜମିରେ ଏକରପିଛା ୧୯ କ୍ବିଣ୍ଟାଲ ଓ ଅଣ ଜଳସେଚିତ ଜମିରେ ୧୨ କ୍ବିଣ୍ଟାଲ ଧାନ କିଣା ନେଇ ସରକାର ଧାର୍ଯ୍ୟ କରିଛନ୍ତି। ଫଳରେ ସମ୍ବଲପୁର ଜିଲ୍ଲାରେ ଧାନ ଅମଳ ଭଲ ହୋଇଥିବାରୁ ବାକି ଧାନ ପାଇଁଚାଷୀ ଅଭାବୀ ବିକ୍ରିର ସମ୍ମୁଖୀନ ହେବ ବୋଲି ଚାଷୀ ଅଭିଯୋଗ କରିଛନ୍ତି ।

 

Comments are closed.