ଜାତୀୟସ୍ତରରେ ସାମ୍ବାଦିକ ବିଜୟ ଦ୍ବିବେଦୀ ସମ୍ମାନିତ

ସମ୍ବଲପୁର: ‘ସମାଜ’ର କଳାହାଣ୍ଡି ଜିଲା ପ୍ରତିନିଧି ବିଜୟ ଦ୍ୱିବେଦୀଙ୍କୁ ସର୍ବଭାରତୀୟ ସ୍ତରରେ ଶ୍ରେଷ୍ଠ ନ୍ୟୁଜ ରିପୋଟିଂ ପାଇଁ ସମ୍ମାନିତ କରାଯାଇଛି। ମୁମ୍ବଇସ୍ଥିତ ଲବ୍ଧପ୍ରତିଷ୍ଠିତ ସାମାଜିକ ଅନୁଷ୍ଠାନ ପପୁଲେସନ୍‍ ଫାଷ୍ଟ ଏବଂ ୟୁନାଇଟେଡ୍‌ ନେସନ୍‍ ପପୁଲେସନ୍‍ ଫାଷ୍ଟ (ୟୁଏନ୍‍ଏଫ୍‍ପିଏଫ୍‍) ଓ ନରୱେ ସରକାରଙ୍କ ମିଳିତ ଆନୁକୂଲ୍ୟରେ ୧୫ ତାରିଖ ଅପରାହ୍ନରେ ମୁମ୍ବଇଠାରେ ଭର୍ଚ୍ୟୁଆଲ୍‍ ପ୍ଲାଟଫର୍ମ ଓ ହଷ୍ଟେଡ୍‍ ଅନ୍‍ଲାଇନ୍‍ ଜରିଆରେ ଆୟୋଜିତ କାର୍ଯ୍ୟକ୍ରମରେ ତାଙ୍କୁ ମର୍ଯ୍ୟାଦାଜନକ ‘୧୦ମ ଜାତୀୟ ଲାଡ୍‌ଲି ମିଡିଆ ଆଣ୍ଡ୍‍ ଆଡ୍‍ଭାଟାଇଜିଂ ଆୱାର୍ଡ ଫର୍‍ ଜେଣ୍ଡର ସେନ୍ସସିଟିଭିଟି-୨୦୨୦’ ସମ୍ମାନ ପ୍ରଦାନ କରାଯାଇଛି।
ଓଡ଼ିଶାର କଳାହାଣ୍ଡି ଓ ରାୟଗଡ଼ା ସୀମାନ୍ତରେ ଥିବା ନିୟମଗିରି ପର୍ବତମାଳାରେ ବସବାସ କରୁଥିବା ଆଦିମ ଜନଜାତି ଡଙ୍ଗରିଆ ସମ୍ପ୍ରଦାୟର ଜୀବନ ଶୈଳୀ ଏବଂ ସେମାନଙ୍କ ବିବାହ ବିଧି ବ୍ୟବସ୍ଥା ଉପରେ ଶ୍ରୀ ଦ୍ବିବେଦୀଙ୍କ ଦ୍ବାରା ପ୍ରସ୍ତୁତ ଉକ୍ତ ସମ୍ବାଦଟି ୨୦୧୯ ସେପ୍ଟେମ୍ବର ୨୨ ତାରିଖରେ ‘ସମାଜ’ରେ ପ୍ରକାଶ ପାଇ ଉଚ୍ଚ ପ୍ରଶଂସିତ ହୋଇଥିଲା।

ସୂଚନାଯୋଗ୍ୟ ଯେ, ଏହି ପୁରସ୍କାର ପ୍ରଦାନ କାର୍ଯ୍ୟକ୍ରମରେ ରମନ୍‌ ମାଗାସେସେ ପୁରସ୍କାରପ୍ରାପ୍ତ ବିଶିଷ୍ଟ ସାମ୍ବାଦିକ ରବିଶ୍‌ କୁମାର ମୁଖ୍ୟଅତିଥି, ନରୱେ ସରକାରଙ୍କ ଭାରତ ପ୍ରତିନିଧି ଆର୍ଜେଣ୍ଟିନା ମାଟାଭେଲ୍‌ ପିକିନ୍‌ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ପପୁଲେସନ୍‌ ଫାଷ୍ଟର ନିର୍ଦେଶକ ଡ. ଏ.ଏଲ୍‌. ସାରଦା ଅଧ୍ୟକ୍ଷତା କରିଥିଲେ। ପୁରସ୍କାର ବାବଦରେ ଶ୍ରୀ ଦ୍ବିବେଦୀଙ୍କୁ ସ୍ବର୍ଣ୍ଣ ଟ୍ରଫି ସହ ମାନପତ୍ର ପ୍ରଦାନ କରାଯାଇଛି।

Comments are closed.