ବକେୟା ଦରମା ଓ ନିମୟିତ ଦାବିରେ ଦାବିପତ୍ର ପ୍ରଦାନ

ଫୁଲବାଣୀ: ଦୁଇ ମାସର ବକେୟା ଦରମା ଏବଂ ସରକାରଙ୍କ ଘୋଷଣା ଅନୁସାରେ ଚୁକ୍ତିଭିତ୍ତିକରୁ ନିୟମିତ କରିବା ଦାବିରେ ହାଇସ୍କୁଲ ଅତିରିକ୍ତ ଶିକ୍ଷୟିତ୍ରୀ ଏବଂ ଶିକ୍ଷକମାନେ ମଙ୍ଗଳବାର ଏକ ଦାବିପତ୍ର ଜିଲ୍ଲାପାଳ ଏବଂ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ପ୍ରଦାନ କରିଛନ୍ତି । ୨୦୧୬ ରୁ ୨୦୨୨ ର୍ପ୍ୟନ୍ତ ଚାକିରୀରେ ଯୋଗଦେଇଥିବା ଚୁକ୍ତିଭିତ୍ତିକ ଶିକ୍ଷକଙ୍କୁ ରାଜ୍ୟ ସରକାର ନିୟମିତ ଶିକ୍ଷକ ଭାବେ ଘୋଷଣା କରଛନ୍ତି । କିନ୍ତୁ ଚୁକ୍ତିଭିତ୍ତିକ ପ୍ରଥା ସରକାର ୪୨ଟି ବିଭାଗରେ କାର୍ଯ୍ୟକାରୀ କରିଥିବା ବେଳେ ଗଣଶିକ୍ଷା ବିଭାଗରେ କରିନାହାନ୍ତି । ଆମେ ଗତ ଦୁଇ ମାସର ଦରମା ମଧ୍ୟ ପାଇନାହୁଁ । ବାରମ୍ଭାର ବିଭାଗୀୟ ଉପରିସ୍ଥ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ । ଆମେ ଆଜି ଏକତ୍ରିତ ହୋଇ ଜିଲାପାଳ ଏବଂ ଜିଲା ଶିକ୍ଷାଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରିଛୁ ବୋଲି ଶିକ୍ଷକମାନେ କହିଛନ୍ତି । ଶିକ୍ଷକ ଭୀଷ୍ମ ଉଠାନସିଂ ଏବଂ ଶିକ୍ଷୟିତ୍ରୀ ସ୍ନେହଲତା ସ୍ୱାଇଁଙ୍କ ନେତୃତ୍ୱରେ ଶିକ୍ଷକ/ଶିକ୍ଷୟିତ୍ରୀମାନେ ଏହି ଦାବିପତ୍ର ପ୍ରଦାନ କରିଛନ୍ତି ।

Comments are closed.