ଏସବିଆଇ ଗ୍ରାହକଙ୍କ ପାଇଁ ଖୁସି ଖବର ; ସର୍ବନିମ୍ନ ଜମାରାଶି କଟକଣା ପ୍ରତ୍ୟାହାର

ମୁମ୍ବଇ : ଦେଶର ସର୍ବବୃହତ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଭାରତୀୟ ଷ୍ଟେଟ୍‍ବ୍ୟାଙ୍କ ପକ୍ଷରୁ ଜମାଖାତାରେ ସର୍ବନିମ୍ନ ଜମାରାଶି ସଂପର୍କିତ କଟକଣାକୁ ପ୍ରତ୍ୟାହାର କରିନିଆଯାଇଛି। ଏହା ଦ୍ୱାରା ଗ୍ରାହକମାନଙ୍କୁ ଆଉ ସର୍ବନିମ୍ନ ଜମାରାଶି ରଖିବା ନେଇ ଚିନ୍ତା କରିବାକୁ ପଡ଼ିବ ନାହିଁ। ପୂର୍ବରୁ ସହରାଞ୍ଚଳ ପାଇଁ ୩ ହଜାର, ଅର୍ଦ୍ଧସହରାଞ୍ଚଳ ପାଇଁ ୨ ହଜାର ଓ ଗ୍ରାମାଞ୍ଚଳ ପାଇଁ ୧ ହଜାର ଟଙ୍କାର ସର୍ବନିମ୍ନ ଜମାରାଶି ରଖିବା ପାଇଁ ସୀମା ଧାର୍ଯ୍ୟ କରାଯାଇଥିଲା।
ସେହିପରି ବ୍ୟାଙ୍କ ପକ୍ଷରୁ ଏସ୍‍ଏମ୍‍ଏସ୍‍ ସେବା ପାଇଁ ପ୍ରତି ୩ ମାସରେ ଗ୍ରାହକଙ୍କଠାରୁ ଆଦାୟ କରାଯାଉଥିବା ଦେୟକୁ ମଧ୍ୟ ପ୍ରତ୍ୟାହାର କରିନିଆଯାଇଛି। ଅନ୍ୟପକ୍ଷରେ ବ୍ୟାଙ୍କର ଜମା ଏବଂ ଋଣ ଉପରେ ସୁଧହାର ହ୍ରାସ ନେଇ ଘୋଷଣା କରାଯାଇଛି।

Comments are closed.