ୟସ୍‌ ବ୍ୟାଙ୍କରେ ଏସ୍‌ବିଆଇ ନିବେଶ କରିବ ୧୭୬୦ କୋଟି

ନୂଆଦିଲ୍ଲୀ : ରାଷ୍ଟ୍ରାୟତ୍ତ ଭାରତୀୟ ​‌ଷ୍ଟେଟ‌ ବ୍ୟାଙ୍କ (ଏସ୍‌ବିଆଇ) ୟସ୍‌ ବ୍ୟାଙ୍କରେ ୧୭୬୦ କୋଟି ଟଙ୍କା ନିବେଶ କରିବ ବୋଲି ଜଣାଯାଇଛି । ବ୍ୟାଙ୍କର କାର୍ଯ୍ୟନିର୍ବାହୀ କମିଟି ଏ ସଂକ୍ରାନ୍ତରେ ନିଷ୍ପତ୍ତି ଗ୍ରହଣ କରିଛି । ଚଳିତବର୍ଷ ମାର୍ଚ୍ଚରେ ଏସ୍‌ବିଆଇ ବୋର୍ଡ ୟସ୍‌ ବ୍ୟାଙ୍କରେ ୭୨୫୦ ​କୋଟି ଟଙ୍କା​‌ ନିବେଶକୁ ମଞ୍ଜୁରି ଦେଇଥିଲା । ସୂଚନାଯୋଗ୍ୟ ଚଳିତବର୍ଷ ରିଜର୍ଭ ବ୍ୟାଙ୍କ ​‌ବୋର୍ଡ ୟସ୍‌ ବ୍ୟାଙ୍କକୁ ନିଜ ନିୟନ୍ତ୍ରଣ ମଧ୍ୟକୁ ଆଣିଥିଲା ।

Comments are closed.