କରୋନା ମହାମାରୀ ସମୟରେ ଏସବିଆଇ ଆଣିଲା ବଡ ଆଶ୍ୱସ୍ତି; ଋଣ ପରିଶୋଧ ପାଇଁ ମିଳିଲା ୨ ବର୍ଷର ଅତିରିକ୍ତ ସମୟ

ନୂଆଦିଲ୍ଲୀ: ଏସବିଆଇରୁ ଋଣ କରିଥିବା ଗ୍ରାହକଙ୍କ ପାଇଁ ଖୁସି ଖବର। କରୋନା ମହାମାରୀ ସମୟରେ ଅନେକ ଚାକିରି ହରାଇବା ସହ ଦରମା କାଟର ସମ୍ମୁଖୀନ ହେଉଥିବାରୁ ଭାରତୀୟ ଷ୍ଟେଟବ୍ୟାଙ୍କ ଏକ ବଡ଼ ଆଶ୍ୱସ୍ତିକର  ସୂଚନା ଦେଇଛି। ଭାରତୀୟ ଷ୍ଟେଟ ବ୍ୟାଙ୍କରୁ ଗୃହ ଋଣ କିମ୍ବା ଅନ୍ୟାନ୍ୟ ଋଣ ନେଇଥିବା ଗ୍ରାହକ ସେମାନଙ୍କ ଇଏମଆଇ ପରିଷୋଧ ପାଇଁ ଏଣିକିି ୨୪ ମାସର ମୋରାଟରିୟମ ଦିଆଯାଇଛି। ଅର୍ଥାତ ଋଣ ପରିଷୋଧର ସମୟ ସୀମାକୁ ଆଉ ୨ ବର୍ଷ ବୃଦ୍ଧି କରାଯାଇଛି।  ମାର୍ଚ୍ଚ ୧ ପୂର୍ବରୁ ଆପଣ ଋଣ କରିଥିବେ ଏବଂ ୫ ବର୍ଷ ଭିତରେ ଆପଣଙ୍କୁ ଏହି ଋଣ ସୁଝିବାର ଥିବ ତେବେ ଆପଣ ଚାହିଁଲେ ଏହାକୁ ୭ବର୍ଷରେ ଶୁଝି ପାରିବେ ।

ଏଥିପାଇଁ ବ୍ୟାଙ୍କ ଆପଣଙ୍କଠାରୁ ବାର୍ଷିକ ୩୫ ବେସିସ ପଏଣ୍ଟ ଅର୍ଥାତ ଶୂନ ଦଶମିକ ୩୫ ପ୍ରତିଶତ ଅତିରିକ୍ତ ସୁଧ ଆଦାୟ କରିବ। ଏହି ସେବା ନେବା ପାଇଁ ଆପଣଙ୍କୁ ଚାକିରି ହରାଇଥିବା କିମ୍ବା ଦରମା କାଟ ହେଉଥିବା ନେଇ ପ୍ରମାଣ ଋଣ କରିଥିବା ବ୍ୟଙ୍କ ନିକଟରେ ଦାଖଲ କରିବାକୁ ପଡିବ ।

 

 

 

Comments
Loading...