ଭାରତୀୟ ଷ୍ଟେଟ ବ୍ୟାଙ୍କ ଭୁବନେଶ୍ୱର ମଣ୍ତଳ ଦ୍ୱାରା ବ୍ୟାଙ୍କ ଦିବସ ପାଳିତ

ଭାରତୀୟ ଷ୍ଟେଟ ବ୍ୟାଙ୍କ ଭୁବନେଶ୍ୱର ମଣ୍ଡଳ ଦ୍ୱାରା ୧ ଜୁଲାଇ ୨୦୨୨ ଦିନ ୬୭ ତମ ବ୍ୟାଙ୍କ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ମହାପ୍ରବନ୍ଧକ ଶ୍ରୀ ଚନ୍ଦର ଶେଖର ଶର୍ମା ସ୍ଥାନୀୟ ମୂଖ୍ୟ କାର୍ଯ୍ୟାଳୟରେ ଏକ ବାଲୁକା କଳା ଉନ୍ମୋଚନ କରିଥିଲେ ।

ଷ୍ଟେଟ ବ୍ୟାଙ୍କ ସ୍ଥାନୀୟ ମୁଖ୍ୟ କାର୍ଯ୍ୟାଳୟ ଦ୍ୱାରା ଏହାର କର୍ମଚାରୀ ବର୍ଗଙ୍କ ପାଇଁ ଏକ ରଙ୍ଗାରଙ୍ଗ ସପରିବାର ମିଳନ ଉତ୍ସବ ରବୀନ୍ଦ୍ର ମଣ୍ଡପ ଠାରେ ଆୟୋଜନ କରଯାଇଥିଲା । ସାଂସ୍କୃତିକ କାର୍ଯକ୍ରମ ପୂର୍ବରୁ ମୂଖ୍ୟ ମହାପ୍ରବନ୍ଧକ ଶ୍ରୀ ଶର୍ମା ବ୍ୟାଙ୍କକୁ ଉନ୍ନତିର ଏହି ଶିଖରକୁ ପହଞ୍ଚାଇଥିବା ସମସ୍ତ କର୍ମଚାରୀ ଓ ପରିବାରଙ୍କୁ ତାଙ୍କ ଆପ୍ରାଣ ସହଯୋଗ ପାଇଁ ଧନ୍ୟବାଦ ଅର୍ପଣ କରିଥିଲେ ଓ ନିଜର ଭଲ କାମ ବଜାୟ ରଖୁ ଗ୍ରାହକଙ୍କୁ ଉନ୍ନତ ମାନର ସେବା ଯୋଗାଇବା ତଥା ରାଜ୍ୟରେ ନିଜ ଅଗ୍ରଣୀ ସ୍ଥାନ ବଜାୟ ରଖିବାକୁ ଆହ୍ୱାନ ଦେଇଥିଲେ । ଭୁବନେଶ୍ବର ର ଆକୃତି ଡ୍ୟାନ୍ସ ଗୃପ ଦ୍ୱାରା ବିଭିନ୍ନ ଶାସ୍ତ୍ରୀୟ ଏବଂ ସମ୍ବଲପୂରୀ ଲୋକ ନୃତ୍ୟ ତଥା ଓଲିଉଡ଼ର ପ୍ରତିଷ୍ଠିତ କଣ୍ଠଶିଳ୍ପୀ ମାନଙ୍କ ଦ୍ୱାରା ସଙ୍ଗୀତ କାର୍ଯକ୍ରମ ପରିବେଷଣ କରାଯାଇଥିଲା ।

Comments are closed.