ସୁଧହାର କମାଇଲେ ଷ୍ଟେଟ୍‌ବ୍ୟାଙ୍କ, ଆଇସିଆଇସିଆଇ ବ୍ୟାଙ୍କ

ନୂଆଦିଲ୍ଲୀ : ଆଜି ଆଉ ଦୁଇ ବ୍ୟାଙ୍କ ସେମାନଙ୍କର ସୁଧହାରରେ ହ୍ରାସ ଘୋଷଣା କରିଛନ୍ତି। ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ସୁଧହାର କମାଇଥିବାବେଳେ ଆଇସିଆଇସିଆଇ ବ୍ୟାଙ୍କ ମଧ୍ୟ ସୁଧହାର କମ୍‌ କରିଛି। ଷ୍ଟେଟ୍‌ ବ୍ୟାଙ୍କ ସଞ୍ଚୟ ଜମା ସୁଧହାରରେ ୫ ବେସିସ୍ ପଏଣ୍ଟ ହ୍ରାସ କରି ଏହାକୁ ୨.୭୦ ପ୍ରତିଶତ ରଖିଛି। ଗତ ମେ ୩୧ରୁ ଏହା ପିଛିଲା ଭାବେ ଲାଗୁ ହେବ। ଏହାକୁ ମିଶାଇ ଚଳିତବର୍ଷ ୨ ମାସରେ ଷ୍ଟେଟ୍‌ ବ୍ୟାଙ୍କ ଏହାର ସଞ୍ଚୟ ଜମା ସୁଧହାରରେ ଦୁଇ ଥର ସୁଧ ହାର ହ୍ରାସ କଲାଣି। ଗତ ଏପ୍ରିଲରେ ବ୍ୟାଙ୍କ ମଧ୍ୟ ସଞ୍ଚୟ ଜମା ସୁଧହାରରେ ହ୍ରାସ କରିଥିଲା। ସେହିପରି ନିକଟରେ ଷ୍ଟେଟ ବ୍ୟାଙ୍କ ଏହାର ସ୍ଥାୟୀ ଜମା ସୁଧହାରରେ ୪୦ ବେସିସ୍ ପଏଣ୍ଟ ହ୍ରାସ କରିଥିଲା; ତେବେ ଆଇସିଆଇସିଆଇ ବ୍ୟାଙ୍କ ଏହାର ସଞ୍ଚୟ ଜମା ସୁଧହାରରେ ୫ ବେସିସ୍ ପଏଣ୍ଟ ହ୍ରାସ କରି ଏହାକୁ ୩ ପ୍ରତିଶତରେ ରଖିଛି। ନୂଆ ସୁଧହାର ଗୁରୁବାରଠାରୁ କାର୍ଯ୍ୟକାରୀ ହେବ।
ସୂଚନାଯୋଗ୍ୟ ଭାରତୀୟ ରିଜର୍ଭ ବ୍ୟାଙ୍କ ରେପୋ ଏବଂ ରିଭର୍ସ ରେପୋ ହାରରେ ହ୍ରାସ ଘୋଷଣା କରିବା ପରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକ ସୁଧହାରରେ ହ୍ରାସ ଘୋଷଣା କରୁଛନ୍ତି। ମଙ୍ଗଳବାର ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନ୍‌ବି) ଏହାର ରେପୋ ସଂଯୁକ୍ତ ସୁଧହାର (ଆର୍‌ଏଲ୍‌ଏଲ୍‌ଆର୍‌)ରେ ୪୦ ବେସିସ୍‌ ପଏଣ୍ଟ ହ୍ରାସ ଘଟାଇ ତାହାକୁ ୬.୬୫%ରୁ ୭.୦୫%ରେ ରଖିଛି।

Comments are closed.