ଏଣିକି ଏସବିଆଇ ଏଟିଏମରୁ ବିନା କାର୍ଡରେ ବାହାରିବ ଟଙ୍କା

0

ନୂଆଦିଲ୍ଲୀ : ଭାରତୀୟ ଷ୍ଟେଟ ବ୍ୟାଙ୍କ ଗ୍ରାହକ ବର୍ତ୍ତମାନ ନିଜର ଡେବିଡକାର୍ଡ ବ୍ୟବହାର ନ କରି ଏଟିଏମରୁ ଟଙ୍କା ଉଠାଇ ପାରିବେ। ବ୍ୟାଙ୍କ ଏହି ସୁବିଧାକୁ ‘ୟୁନୋ କ୍ୟାସ’ ନାମ ଦିଆଯାଇଛି। ବ୍ୟାଙ୍କର ସୂଚନା ଅନୁସାରେ ଏହି ସୁବିଧା ଭାରତର ୧୬, ୫୦୦ ଏଟିଏମରେ ଉପଲବ୍ଧ ରହିଛି। ବ୍ୟାଙ୍କିଙ୍ଗ୍‍ କ୍ଷେତ୍ରରେ ଏଭଳି ସୁବିଧା ପ୍ରଦାନ କରୁଥିବା ଏସବିଆଇ ପ୍ରଥମ ବ୍ୟାଙ୍କର ମାନ୍ୟତା ହାସଲ କରିଛି। ବ୍ୟାଙ୍କ କାର୍ଡରେ ହେଉଥିବା ହେରଫେରକୁ ରୋକିବା ପାଇଁ ଏଭଳି ପଦକ୍ଷେପ ନେଉଥିବା ଜଣାପଡିଛି। ଏହି ସୁବିଧା ଅନଲାଇନ ବ୍ୟାଙ୍କିଙ୍ଗ୍‍ କରୁଥିବା ଗ୍ରାହକ ମାନଙ୍କ ପାଇଁ ଉପଲବ୍ଧ ରହିଛି।
ବ୍ୟାଙ୍କର କହିବା ଅନୁସାରେ ଏହି ସୁବିଧା ପାଇବା ପାଇଁ ଗ୍ରାହକଙ୍କୁ ଅନଲାଇନ ବ୍ୟାଙ୍କିରେ ନିଜର ଖାତାକୁ ଯୋଡିବା ଦରକାର। ପରେ ମୋବାଇଲରେ ୟୋନୋ ଆପ ଡାଉନଲୋଡ କରିବା ଦରକାର। ଏହି ଆପରେ ଛଅ ଅଙ୍କ ବିଶିଷ୍ଟ ପିନ କରିବାକୁ ପଡିବ। ପରେ ୟୋନୋ ପେ ରେ କ୍ଲିକ କରି ୟୋନୋ କ୍ୟାଶରେ ଯିବାକୁ ପଡିବ। ଗ୍ରାହକଙ୍କ ଆବଶ୍ୟକ ଥିବା ଟଙ୍କା ଲେଖିବା ପରେ ମୋବାଇକକୁ ଏକ ନମ୍ବର(ପିନ) ଆସିବ। ଏହାପରେ ଏଟିଏମ ସ୍କ୍ରିନରେ ଏହି ନମ୍ବରକୁ ଲେଖି ଗ୍ରାହକ ଟଙ୍କା ଉଠାଇ ପାରିବେ। ମିଳିଥିବା ପିନକୁ ଗ୍ରାହକ ୩୦ ମିନିଟ ଭିତରେ କୌଣସି ଏଟିଏମ୍‍ରେ ବ୍ୟବହାର କରିପାରିବେ ନାହିଁ।
୨୦୧୭ରେ ଏସବିଆଇ ୟୋନୋ ଆପ ଲଞ୍ଚ କରାଯାଇଥିଲା। ଏହାସହ ଏହି ଆପରେ ୮୫ଟି ଇ-କମର୍ସ କମ୍ପାନୀ ଯୋଡି ହୋଇଛି। ଏହାଦ୍ୱାରା ଏସବିଆଇ ଗ୍ରାହକ ଜିନିଷ କିଣିପାରିବେ। ୨୦୧୯ ଫେବୃଆରୀ ସୁଦ୍ଧା ୧.୮ କୋଟି ଲୋକ ୟୋନୋ ଆପ ଡାଉନଲୋଡ କରିସାରିଛନ୍ତି।

Leave A Reply