୧୨ଡିସେମ୍ବରରୁ ଏସବିଆଇରେ ପୁରୁଣା ଚେକ ହେବ ଅଚଳ

0

ନୂଆଦିଲ୍ଲୀ: ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ(ଏସବିଆଇ) ଏକାଧିକ ନିୟମ ଚଳିତ ମାସ ପରିବର୍ତ୍ତନ କରିବାକୁ ଯାଉଛି। ତନ୍ମଧ୍ୟରୁ କିଛି ଅଦ୍ୟାବଧି ପରିବର୍ତ୍ତିତ ହୋଇଯାଇଥିବାବେଳେ ଆଉ କିଛି ନିୟମ ନିକଟ ଦିନରେ ପରିବର୍ତ୍ତିତ ହେବାକୁ ଯାଉଛି। ଏହାର ପ୍ରଭାବ ଏସବିଆଇର ସେହି ଗ୍ରାହକଙ୍କ ଉପରେ ପଡ଼ିବ ଯେଉଁମାନେ ନେଣଦେଣ ପାଇଁ ଚେକ୍‍ର ବ୍ୟବହାର କରୁଛନ୍ତି।
ରିଜର୍ଭ ବ୍ୟାଙ୍କର ନିର୍ଦେଶ ପାଳନ କରିବାକୁ ଯାଇ ୧ଜାନୁୟାରୀ ୨୦୧୯ରୁ ନନ ସିଟିଏସ ଚେକର ପ୍ରଚଳନ ସମ୍ପୂର୍ଣ୍ଣ ରୂପେ ବନ୍ଦ କରିଦିଆଯାଇଛି। ଏସବିଆଇ ଏହି ବ୍ୟବସ୍ଥାକୁ ୧୨ଡିସେମ୍ବରରୁ ଆରମ୍ଭ କରୁଛି। ଅର୍ଥାତ୍‍ ୧୨ଡିସେମ୍ବର ପରଠାରୁ ଏସବିଆଇରେ ପୁରୁଣା ଚେକ ଦ୍ୱାରା ନେଣଦେଣ ବନ୍ଦ ହୋଇଯିବ। ଏସବିଆଇ କେବଳ ସିଟିଏସ ଚେକ ମାଧ୍ୟମରେ ନେଣଦେଣ କରିବ। ଅନ୍ୟାନ୍ୟ ବ୍ୟାଙ୍କଗୁଡ଼ିକ ଏହି ବ୍ୟବସ୍ଥା ୧ଜାନୁୟାରୀ ୨୦୧୯ରୁ ପ୍ରଚଳନ କରିବେ। ଏ ସମ୍ପର୍କରେ ଏସବିଆଇ ନିଜ ଗ୍ରାହକଙ୍କୁ ଏସଏମଏସ ଦ୍ୱାରା ଅବଗତ କରିଛି। ଗ୍ରାହକମାନେ ନିଜ ପୁରୁଣା ଚେକ ବ୍ୟଙ୍କରେ ଜମା କରି ନୂଆ ସିଟିଏସ ଚେକ ନେବାକୁ ବ୍ୟଙ୍କ ପକ୍ଷରୁ ନିର୍ଦେଶ ଜାରି କରାଯାଇଛି। ସିଟିଏସ ଅର୍ଥାତ୍‍ ଚେକ୍‍ ଟ୍ରାକସନ୍‍ ସିଷ୍ଟମ। ଏହି ସିଷ୍ଟମ ଦ୍ୱାରା ଚେକର ଫଟୋ ଉଠାଇ ଏହାକୁ ନିଦ୍ଦିଷ୍ଟ ବ୍ୟଙ୍କକୁ କ୍ଲିୟରିଂ ପାଇଁ ପଠାଇ ଦିଆଯାଏ। ଫଳରେ ଗ୍ରାହକଙ୍କୁ ଟଙ୍କା ପ୍ରଦାନର ସମୟସୀମା କମିଯିବ। ପୂର୍ବରୁ ଚେକକୁ ପୋଷ୍ଟ କରି ଗୋଟିଏ ବ୍ୟାଙ୍କରୁ ଅନ୍ୟ ବ୍ୟାଙ୍କକୁ କ୍ଲିୟରିଂ ପାଇଁ ପଠାଯାଉଥିଲା। ଅର୍ଥାତ୍‍ ବର୍ତ୍ତମାନ ଚେକ କ୍ଲିୟରିଂ ପ୍ରକ୍ରିୟା ସମ୍ପୂର୍ଣ୍ଣ ରୂପେ ଅନଲାଇନ ହୋଇଯିବ। ଏଥିରେ ଖର୍ଚ୍ଚ ଓ ସମୟ କମ୍‍ ହେବ ବୋଲି ଆରବିଆଇ ଏଭଳି ବ୍ୟବସ୍ଥାର ପଚଳନ କରାଯାଇଛି। ନନ ସିଟିଏସ ଚେକ୍‍ କମ୍ପ୍ୟୁଟର ଦ୍ୱାରା ଗ୍ରହଣୀୟ ହେଉ ନଥିବାରୁ ସିଟିଏସ ଚେକର ପ୍ରଚଳନ ଜାନୁୟାରୀ ୧ରୁ ଆରମ୍ଭ କରାଯାଉଛି।

Leave A Reply