ହୁରିୟତ କନ୍‌ଫରେନ୍ସରୁ ବିଚ୍ଛିନ୍ନତାବାଦୀ ନେତା ଗିଲାନୀଙ୍କ ଇସ୍ତଫା

ଜାମ୍ମୁ: ଜାମ୍ମୁ-କାଶ୍ମୀରର ବିଚ୍ଛିନ୍ନତାବାଦୀ ନେତା ସୟଦ ଅଲି ଶାହ ଗିଲାନୀ ହୁରିୟତ କନ୍‌ଫରେନ୍ସରୁ ଇସ୍ତଫା ଦେଇଛନ୍ତି। ଏକ ଅଡିଓ ବାର୍ତ୍ତା ଜାରି କରି ସେ ଇସ୍ତଫା ସମ୍ପର୍କରେ ଘୋଷଣା କରିଛନ୍ତି। ସେ ହରିୟତଠାରୁ ନିଜକୁ ଦୂରେଇ ରଖିଥିବା କହିଛନ୍ତି।

ଗିଲାନୀ କହିଛନ୍ତି, ବର୍ତ୍ତମାନ ସ୍ଥିତିକୁ ଦେଖି ମୁଁ ଅଲ୍‌ ପାର୍ଟି ହୁରିୟତ କନ୍‌ଫରେନ୍ସରୁ ଇସ୍ତଫା ଦେଉଛି। ମୁଁ ଏ ସମ୍ପର୍କରେ ହୁରିୟତର ସମସ୍ତ ସଦସ୍ୟଙ୍କୁ ସୂଚିତ କରିଦେଇଛି। ସୂଚନା ଅନୁସାରେ, ୯୦ ବର୍ଷୀୟ ଗିଲାନୀ ଅନେକ ବର୍ଷ ଧରି ଘର ଭିତରେ ନଜରବନ୍ଦୀ ଅବସ୍ଥାରେ ରହିଛନ୍ତି। ଗତ କିଛିମାସ ହେଲାଣି ତାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ରହିଛି।

Comments are closed.