ପାଟକୁରା ଆସନ ପାଇଁ ପ୍ରାର୍ଥିପତ୍ର ଦାଖଲ କଲେ ସାବିତ୍ରୀ

କେନ୍ଦ୍ରାପଡା : ପାଟକୁରା ଆସନ ପାଇଁ ବିଜେଡି ପକ୍ଷରୁ ସାବିତ୍ରୀ ଅଗ୍ରୱାଲ ମଙ୍ଗଳବାର ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ସାବିତ୍ରୀ ଅଗ୍ରୱାଲ ହେଉଛନ୍ତି ବିଜେଡିର ଦିବଂଗତ ନେତା ବେଦ ପ୍ରକାଶ ଅଗ୍ରୱାଲଙ୍କ ପତ୍ନୀ। ସୋମବାର ସନ୍ଧ୍ୟାରେ ପାଟକୁରା ବିଧାନସଭା ଆସନ ପାଇଁ ସାବିତ୍ରୀ ଅଗ୍ରୱାଲଙ୍କୁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେଡି ପ୍ରାର୍ଥୀ ଭାବେ ଘୋଷଣା କରିଥିଲେ।

ସୂଚନାଯୋଗ୍ୟ ଯେ, ପୂର୍ବରୁ ପାଟକୁରାରେ ବିଜେଡିରୁ ପ୍ରାର୍ଥୀ ହୋଇଥିବା ବେଦ ପ୍ରକାଶ ଅଗ୍ରୱାଲଙ୍କ ଦେହାନ୍ତ ହୋଇଥିଲା। ତାଙ୍କ ମୃତ୍ୟୁ ପରେ ପାଟକୁରା ବିଧାନସଭା ଆସନରେ ନିର୍ବାଚନକୁ ସ୍ଥଗିତ ରଖାଯାଇଥିଲା। ପରେ ମେ ୧୯ରେ ନିର୍ବାଚନ ହେବା ନେଇ ନିର୍ବାଚନ କମିଶନ ତାରିଖ ଘୋଷଣା କରିଥିଲେ।

Comments are closed.