ଉନଦକତଙ୍କ ବଳିଷ୍ଠ ନେତୃତ୍ୱ : ସୌରାଷ୍ଟ୍ର ପ୍ରଥମ ଥର ପାଇଁ ରଣଜୀ ଚମ୍ପିଆନ

ରାଜକୋଟ୍ : ଜୟଦେବ ଉନଦକତଙ୍କ ନେତୃତ୍ୱରେ ବେଙ୍ଗଲକୁ ହରାଇ ସୌରାଷ୍ଟ୍ର ସର୍ବପ୍ରଥମ ରଣଜୀ ଟ୍ରଫି ହାସଲ କରିଛି। ରାଜକୋଟରେ ଅନୁଷ୍ଠିତ ଫାଇନାଲ ମ୍ୟାଚରେ ସୌରାଷ୍ଟ୍ର ଏହାର ପ୍ରଥମ ଇନିଂସରେ କରିଥିବା ଅଧିକ ସ୍କୋର ୪୨୫ ଯୋଗୁଁ ଏହି ସଫଳତା ଲାଭ କରିପାରିଛି। ଉନଦକତ ଦଳ ପାଇଁ ବିଜୟ ଆଣିଦେଇ ଇତିହାସ ରଚିଛନ୍ତି। ଉନଦକତ ଚଳିତ ରଣଜୀ ସିଜିନରେ ଶତକଡ଼ା ୧୩. ୨୩ ହାରରେ ୬୭ଟି ୱିକେଟ୍‍ ଅକ୍ତିଆର କରିଛନ୍ତି, ଯାହା ସର୍ବକାଳୀନ ରେକର୍ଡଠାରୁ ମାତ୍ର ଗୋଟିଏ ୱିକେଟ୍‍ କମ୍‍।

https://twitter.com/SeerviBharath/status/1238390685234937857?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1238390685234937857%7Ctwgr%5E&ref_url=https%3A%2F%2Fscroll.in%2Ffield%2F956040%2Fsaurashtra-a-new-champion-heres-the-complete-list-of-ranji-trophy-winners

ଶୁକ୍ରବାର ବେଙ୍ଗଲ ମାତ୍ର ୨୭ ରନ୍‍ କରି ୪ଟି ୱିକେଟ୍‍ ହରାଇବା ସହ ୩୮୧ରନରେ ଅଲ୍‍ ଆଉଟ୍‍ ହୋଇଯାଇଥିଲା। ଫଳରେ ସୌରାଷ୍ଟ୍ର ୪୪ରନରେ ଅଗ୍ରଣୀ ରହିଥିଲା। ତେଣୁ ମ୍ୟାଚ ଡ୍ର ରହିବା ସହିତ ପ୍ରଥମ ଇନିଂସ ଆଗୁଆ ଭିତ୍ତିରେ ସୌରାଷ୍ଟ୍ର ଚମ୍ପିଆନ ହୋଇଛି।

Comments are closed.