ଭାରତ, ଆମେରିକା ସମେତ ୨୦ ଦେଶରୁ ବିମାନ ଚଳାଚଳ ଉପରେ କଟକଣା ଲଗାଇଲା ସାଉଦି ଆରବ

ଦୁବାଇ: କରୋନା ମହାମାରୀକୁ ଦୃଷ୍ଟିରେ ରଖି ସାଉଦି ଆରବ ଭାରତ ଓ ଆମେରିକା ସମେତ ୨୦ ଦେଶରୁ ବିମାନ ଚଳାଚଳ ଉପରେ ପ୍ରତିବନ୍ଧକ ଲଗାଇଛି। ସାଉଦି ଆରବ ସରକାର ଆଗାମୀ କିଛିଦିନ ପାଇଁ ଏହି କଟକଣା ଲଗାଇଥିବାବେଳେ ଆଜି ରାତି ୯ଟାରୁ ଏହା ଲାଗୁ ହେବ।
ଏହି କଟକଣା ଭାରତ, ପାକିସ୍ତାନ, ୟୁଏଇ, ଲେବାନନ୍, ଜର୍ମାନୀ, ବ୍ରିଟେନ, ଆୟର୍ଲାଣ୍ଡ, ଇଟାଲୀ, ଆମେରିକା ସମେତ ସମେତ ୨୦ ଦେଶ ଉପରେ ବିମାନ ଉଡ଼ାଣ କଟକଣା ଲାଗୁ କରାଯାଇଛି। ଏହା ଦ୍ବାରା ଭାରତ ଏବଂ ପାକିସ୍ତାନ ସବୁଠୁ ବେଶୀ ପ୍ରଭାବିତ ହେବେ, ଯେଉଁଠୁ ରୋଜଗାର ପାଇଁ ଅଧିକ ଲୋକ ସାଉଦି ଆରବ ଯାଇଥାନ୍ତି।
ତେବେ ସାଉଦି ଆରବ ନିଜ ବାଣିଜ୍ୟକୁ କୌଣସି ପ୍ରକାରେ ପ୍ରଭାବିତ ହେବାକୁ ଦେବ ନାହିଁ ଏବଂ ଏହି ପ୍ରତିବନ୍ଧକ ରାଷ୍ଟ୍ରଦୂତ, ସାଉଦି ନାଗରିକ, ଚିକିତ୍ସକ ଏବଂ ସେମାନଙ୍କ ପରିବାର ପାଇଁ ଲାଗୁ ହେବନାହିଁ। ଉଲ୍ଲେଖ ଯେ, ସାଉଦି ଆରବ ଯେଉଁ ଦେଶଗୁଡ଼ିକ ଉପରେ କଟକଣା ଲଗାଇଛି ସେଗୁଡ଼ିକ ମଧ୍ୟରୁ ଅଧିକାଂଶ ଦେଶରେ କରୋନା ମାମଲା ବଢ଼ିବାରେ ଲାଗିଛି।