ଜାମ୍ମୁ-କାଶ୍ମୀର, ବିହାରର ନୂଆ ରାଜ୍ୟପାଳଙ୍କ ଶପଥ ଗ୍ରହଣ

0

ପାଟଣା : ବିହାରର ୩୯ତମ ରାଜ୍ୟପାଳ ଭାବେ ବିଜେପି ନେତା ଲାଲ୍‍ଜୀ ଟଣ୍ଡନ ଗୁରୁବାର ଶପଥ ଗ୍ରହଣ କରିଛନ୍ତି। ରାଜ୍ୟପାଳ ଭବନଠାରେ ପାଟନା ହାଇକୋର୍ଟ ମୁଖ୍ୟ ବିଚାରପତି ମୁକେଶ ଆର୍‍. ଶାହ ତାଙ୍କୁ ପଦ ଓ ଗୋପୀୟତାର ଶପଥ ପାଠ କରାଇଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବଂ ଉପ-ମୁଖ୍ୟମନ୍ତ୍ରୀ ସୁଶିଲ କୁମାର ମୋଦୀ ଉପସ୍ଥିତ ଥିଲେ। ସତ୍ୟପାଲ ମଲ୍ଲିକଙ୍କ ସ୍ଥାନରେ ଲାଲ୍‍ଜୀଙ୍କୁ ନିଯୁକ୍ତ କରାଯାଇଛି। ସତ୍ୟପାଲ ଆଜି ଜାମ୍ମୁ କାଶ୍ମୀର ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିଛନ୍ତି। ରାଜ୍ୟରେ ରାଜ୍ୟପାଳ ଶାସନ ଲାଗୁ ହୋଇଥିବାରୁ ସତ୍ୟପାଲଙ୍କ ନିଯୁକ୍ତି ଗୁରୁତ୍ୱ ବହନ କରେ। ନିକଟରେ ପିଡିପି ନେତତ୍ୱାଧୀନ ମେଣ୍ଟରୁ ବିଜେପି ସମର୍ଥନ ପ୍ରତ୍ୟାହାର କରିବା ପରେ ଜାମ୍ମୁ-କାଶ୍ମୀର ରାଜ୍ୟପାଳ ଏନ୍‍. ଏନ୍‍. ଭୋରା ଶାସନଭାର ନିଜ ହାତକୁ ନେଇଥିଲେ। ମଙ୍ଗଳବାର ରାଷ୍ଟ୍ରପତି ରାମନାଥ କୋବିନ୍ଦ ୭ଟି ରାଜ୍ୟରେ ନୂତନ ରାଜ୍ୟପାଳଙ୍କୁ ନିଯୁକ୍ତ କରିଥିଲେ। ବିଜେପି ନେତା ସତ୍ୟଦେବ ନାରାୟଣ ଆର୍ଯ୍ୟଙ୍କୁ ହରିୟାଣା ଓ ବେବି ରାଣୀ ମୌର୍ଯ୍ୟଙ୍କୁ ଉତ୍ତରାଖଣ୍ଡ ରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇଛି। ସେହିଭଳି ମେଘାଳୟ ରାଜ୍ୟପାଳ ଗଙ୍ଗା ପ୍ରସାଦଙ୍କୁ ସିକିମ, ତ୍ରିପୁରା ରାଜ୍ୟପାଳ ତଥାଗତ ରାଏଙ୍କୁ ମେଘାଳୟ ଏବଂ ହରିୟାଣା ରାଜ୍ୟପାଳ କପ୍ତାନ ସିଂହ ସୋଲଙ୍କିଙ୍କୁ ତ୍ରିପୁରା ରାଜ୍ୟପାଳ ଭାବେ ନିଯୁକ୍ତି ମିଳିଛି।

Leave A Reply