ସତ୍ୟସାଇ ବାବାଙ୍କ ମନ୍ଦିର ପ୍ରତିଷ୍ଠା

କଲ୍ୟାଣସିଂହପୁର : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସଦର ଦାନୁସାହି ନିକଟ ଦେବଗିରି ଯିବା ରାସ୍ତା କଡରେ ସାଇ ଭକ୍ତଙ୍କ ଦ୍ୱାରା ସତ୍ୟସାଇ ବାବାଙ୍କ ମନ୍ଦିର ପ୍ରତିଷ୍ଠା ଓ ବାବାଙ୍କ ଫୋଟ ସ୍ଥାପନ କରାଯାଇଛି । ଏହି ଅବସରରେ  ବ୍ରାହ୍ମଣଙ୍କ ଦ୍ଵାରା ରୀତିନୀତି ଅନୁଯାୟୀ ପୂଜା ପାଠ କରିବା ପରେ ବାଜା ବାଜଣା, ଶଙ୍ଖ, ତୁରୀ ବଜାଇ ସତ୍ୟସାଇ ବାବାଙ୍କ ଫୋଟ ଚିତ୍ରକୁ ନଗର ପରିକ୍ରମା କରି ମନ୍ଦିରରେ ସ୍ଥାପନ କରାଯାଇଛି । ଅପରାହ୍ନରେ ହୋମଯଜ୍ଞ ପୂର୍ଣ୍ଣାହୁତି କରାଯାଇଥିଲା।  ଏହି ଅବସରରେ ପ୍ରାୟ ଦୁଇ ହଜାରରୁ ଉର୍ଦ୍ଧ୍ୱ ସତ୍ୟସାଇ ଭକ୍ତ ଓ ଗରିବ ଲୋକଙ୍କ ପାଇଁ ପ୍ରସାଦ ଭୋଜନ ବ୍ୟବସ୍ଥା କରାଯାଇଥିଲା। ଏଥିରେ ଜିଲା ସଭାପତି ଏସ. ରମଣ ମୂର୍ତ୍ତି, ଭୁବନେଶ୍ୱର ସତ୍ୟସାଇ ସେବା ସଂଘର ରାଜ୍ୟ ଉପସଭାପତି ରସରାଜ ଠାକୁର, ସ୍ଥାନୀୟ ସତ୍ୟ ସାଇ ସଂଘ ସଭାପତି ସାଙ୍ଗମ ନୀଳକଣ୍ଠ, ଯୁବ ସଦସ୍ୟ ସିଲା ନିରଞ୍ଜନ  ସମେତ ବହୁ ଭକ୍ତ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ସତ୍ୟସାଇ ମନ୍ଦିର ନିର୍ମାଣ ପାଇଁ ଗୁଡୁଲ୍ଲା ପ୍ରସାଦ ରାଓ ଭୂମି ପ୍ରଦାନ କରିଥିବା ସତ୍ୟସାଇ ସଂଘର ପ୍ରଭାରୀ ସଙ୍ଗମ ନୀଳକଣ୍ଠ କହିଛନ୍ତି।

Comments are closed.