ଉତ୍କଳମଣିଙ୍କ କର୍ମପୀଠ ସତ୍ୟବାଦୀରେ ପୁଣ୍ୟାତ୍ମାଙ୍କ ଶ୍ରାଦ୍ଧ ଦିବସ ପାଳିତ

ସତ୍ୟବାଦୀ : ଉତ୍କଳମଣିଙ୍କ କର୍ମପୀଠ ସତ୍ୟବାଦୀରେ ଉତ୍କଳମଣିଙ୍କ ଶ୍ରାଦ୍ଧ ଦିବସ ପାଳିତ ହୋଇଛି। ଗୋପବନ୍ଧୁ ପ୍ରେମୀମାନେ ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟ, ଶେଷ ନିଶ୍ୱାସ ତ୍ୟାଗସ୍ଥଳ, ସାକ୍ଷୀଗୋପାଳ ମନ୍ଦିର ସିଂହଦ୍ୱାର, କାଦୁଆ ଆଶ୍ରମ ଓ ସାକ୍ଷୀଗୋପାଳ ବସଷ୍ଟାଣ୍ଡ ଠାରେ ମହାନ ଦେଶଭକ୍ତ, ସେବା ଓ ତ୍ୟାଗର ପ୍ରତୀକ ତଥା ସମାଜର ପ୍ରତିଷ୍ଠାତା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୩ ତମ ଶ୍ରାଦ୍ଧ ଦିବସ ପାଳନ କରିବା ସହ ଏହି ଅବସରରେ ଉତ୍କଳମଣିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

Comments are closed.