ଆକ୍ସନ ମୁଡ୍‌ରେ ସତ୍ୟବାଦୀ ବ୍ଲକ ପ୍ରଶାସନ; ମାସ୍କ ପିନ୍ଧି ନ ଥିବାରୁ ଜରିମାନା ଗଣିଲେ ଅମାନିଆ

ସୁଆଣ୍ଡୋ: କରୋନା ଭୂତାଣୁ ବିରୋଧୀ ଯୁଦ୍ଧରେ ସାମିଲ ହୋଇ ସରକାରଙ୍କୁ ସହଯୋଗ କରିବା ଲାଗି ରାଜ୍ୟ ସରକାର ସାମାଜିକ ଦୂରତା ରକ୍ଷା ସହିତ ଲୋକଙ୍କୁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ବୋଲି ଗାଇଡ୍‌ଲାଇନ ଜାରି କରିଛନ୍ତି। ହେଲେ ଗ୍ରାମାଞ୍ଚଳରେ ଅଧିକାଂଶ ଲୋକେ ଏହାକୁ ମାନୁ ନାହାନ୍ତି। ବାହାରକୁ ବାହାରିଲେ ମାସ୍କ ପିନ୍ଧୁ ନାହାନ୍ତି। ତେଣୁ ଲୋକଙ୍କ ଏଭଳି ମନୋବୃତ୍ତିକୁ ଦୃଷ୍ଟିରେ ରଖି ପୁରୀ ଜିଲା ସତ୍ୟବାଦୀ ବ୍ଲକ ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି।

ପ୍ରଶାସନ ପକ୍ଷରୁ ଶନିବାର ସାକ୍ଷୀଗୋପାଳ ବସଷ୍ଟାଣ୍ଡରେ ଚଢ଼ାଉ କରାଯାଇ ୨୪ ଜଣ ଅମାନିଆଙ୍କଠାରୁ ୨୦୦ ଟଙ୍କା ଲେଖାଏ ଜରିମାନା ଆଦାୟ କରାଯାଇଛି। ସତ୍ୟବାଦୀ ଅତିରିକ୍ତ ତହସିଲଦାର ମୌସୁମୀ ମିଶ୍ର ପୁଲିସ ଫୋର୍ସ ଓ ବିଭାଗୀୟ କର୍ମଚାରୀମାନଙ୍କ ଦ୍ୱାରା ଏହି ଚଢାଉ କରିଥିଲେ। ଅମାନିଆଙ୍କୁ ସାବାଡ କରିବା ପାଇଁ ପୁରୀ ଜିଲାପାଳ ବଲୱନ୍ତ ସିଂହ କଠୋର ନିର୍ଦ୍ଦେଶ ନିର୍ଦେଶ ଦେଇଛନ୍ତି। ତେଣୁ ପ୍ରତିଦିନ ଏପରି ଚଢାଉ ଜାରି ରହିବ ବୋଲି ଅତିରିକ୍ତ ତହସିଲଦାର ମିଶ୍ର ସୂଚନା ଦେଇଛନ୍ତି।

Comments are closed.