ସତ୍ୟବାଦୀ ବ୍ଲକରେ ଖାଉଟି କାର୍ଡ ବଣ୍ଟନ

0

ସୁଆଣ୍ଡୋ : ସତ୍ୟବାଦୀ ବ୍ଲକ ପରିସରରେ ମଙ୍ଗଳବାର ରାଜ୍ୟ ସରକାରଙ୍କ ଖାଦ୍ୟ ସୁରକ୍ଷା ଯୋଜନାରେ ଖାଉଟି କାର୍ଡ ବଣ୍ଟନ ମେଳା ଅନୁଷ୍ଠିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ଆୟୋଜିତ ସଭାରେ ବିଧାୟକ ଉମାକାନ୍ତ ସାମନ୍ତରାୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଛଅ ଶହ ହିତାଧିକାରୀମାନଙ୍କୁ ଖାଉଟି କାର୍ଡ ବଣ୍ଟନ କରିଥିଲେ । ଆଗାମୀ ଦିନରେ ଆହୁରି ଦୁଇ ହଜାର କାର୍ଡ ସତ୍ୟବାଦୀବ୍ଲକରେ ବଣ୍ଟନ କରାଯିବ ବୋଲି ବିଧାୟକ ଶ୍ରୀ ସାମନ୍ତରାୟ ଘୋଷଣା କରିଥିଲେ । ବ୍ଲକ ଅଧ୍ୟକ୍ଷା ସସ୍ମିତା ପ୍ରଧାନ ସଭାରେ ସଭାପତିତ୍ବ କରିଥିଲେ । ପ୍ରଥମେ ବିଡିଓ ଡ ଗୌରବମୟ ପ୍ରଧାନ ରାଜ୍ୟ ସରକାରଙ୍କ ଖାଦ୍ୟ ସୁରକ୍ଷା ଆଇନ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ଜିଲ୍ଲାପରିଷଦ ସଭ୍ୟ ପ୍ରହଲାଦ ଘଟୁଆରୀ ଧୃବ ଚରଣ ଦାଶ ବ୍ଲକ ଉପାଧ୍ୟକ୍ଷ ବିକ୍ରମ କେଶରୀ ଜେନା ବ୍ଲକ ଯୋଗାଣ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ । ବ୍ଲକର ୨୪ଟି ପଞ୍ଚାୟତର ସରପଞ୍ଚ ସମିତି ସଭ୍ୟ ସଭ୍ୟା ଓ୍ବାର୍ଡ ସଭ୍ୟ ମାନେ ଉପସ୍ଥିତ ରହିଥିଲେ । ବହୁ ଦିବ୍ୟାଙ୍ଗ ମାନଙ୍କୁ ଖାଉଟି କାର୍ଡ ବଣ୍ଟନ କରାଯାଇଥିବା ଦେଖା ଯାଇଥିଲା ।

Leave A Reply