ସତ୍ୟବାଦୀ ହାଇସ୍କୁଲରେ ପ୍ରବନ୍ଧ ଓ ଚିତ୍ରାଙ୍କନ ପ୍ରତିଯୋଗିତା

0

ସୁଆଣ୍ଡୋ: ଉତ୍କଳମଣି ଗୋପବନ୍ଧୁଙ୍କ କର୍ମଭୂମି ସତ୍ୟବାଦୀ ହାଇସ୍କୁଲରେ ‘ସମାଜ’ ପକ୍ଷରୁ ପ୍ରବନ୍ଧ ଓ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ୧୯ଟି ବିଦ୍ୟାଳୟର ୭୬ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ଏମାନଙ୍କ ମଧ୍ୟରୁ ୯ ଜଣ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି । ୯ ଜଣ ବିଚାରପତି ପରୀକ୍ଷା ପରିଚାଳନା କରିଥିଲେ । ଚିତ୍ରାଙ୍କନରେ ସନ୍ତୋଷ କୁମାର ସାହୁ ଦେବୀପ୍ରସାଦ ଆଚାର୍ଯ୍ୟ ରିତିକୃଷ୍ଣ ଭୋଇ ସାଇ ସୋହମ ପ୍ରଧାନ ଆଶୀର୍ବାଦ ମିଶ୍ର ଅରସ୍ମିତା ମିଶ୍ର, ପ୍ରବନ୍ଧରେ ନନ୍ଦିତା ସାହୁ ଆନନ୍ଦ ମହାପାତ୍ର ତପସ୍ଵିନୀ ଦାଶ କୃତିତ୍ତ୍ବ ହାସଲ କରିଛନ୍ତି । ଧୀରେନ୍ଦ୍ର ନାଥ ଦାସ ଓ ଅଶୋକ କୁମାର ବେହେରା ସଂଯୋଜନା କରିଥିଲେ ।

Leave A Reply