ସତ୍ୟବାଦୀରେ ଜିଲାପାଳଙ୍କ ଜନଶୁଣାଣି

0

ସୁଆଣ୍ଡୋ : ପୁରୀ ଜିଲା ସତ୍ୟବାଦୀ ବ୍ଲକ ସଭାଗୃହରେ ଜିଲାପାଳ ଜ୍ୟୋତି ପ୍ରକାଶ ଦାଶଙ୍କ ଅଧ୍ୟକ୍ଷତାରେ ଜନଶୁଣାଣି ସୋମବାର ଅନୁଷ୍ଠିତ ହୋଇଯାଇଛି । ନୂତନ ଭାବେ ଜିଲ୍ଲାପାଳ ଜନଶୁଣାଣି କାର୍ୟ୍ୟକ୍ରମରେ ଯୋଗ ଦେଇଥିବାରୁ ବ୍ଲକ ପକ୍ଷରୁ ସମିତି ଅଧ୍ୟକ୍ଷା ସସ୍ମିତା ପ୍ରଧାନ ଓ ଅନ୍ୟମାନେ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧନା ଜଣାଇଥିଲେ । ଏହି କାର୍ୟ୍ୟକ୍ରମରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଡ,ସାର୍ଥକ ଷଢଙ୍ଗୀ, ପ୍ରକଳ୍ପ ନିର୍ଦ୍ଦେଶକ ଡ,ଉଦ୍ଧବ ଚନ୍ଦ୍ର ମାଝ. ଅତିରିକ୍ତ ଜିଲ୍ଲାପାଳ ବିଭୁତିଭୂଷଣ ଦା, ଉପଜିଲ୍ଲାପାଳ ଭବତାରଣ ସାହୁ, ତହସିଲଦାର କସ୍ତୁରୀ ପ୍ରଧାନ ବିଡିଓଙ୍କ ସହିତ ବ୍ଲକର ସମସ୍ତ ପଦାଧିକାରୀ ମାନେ ଉପସ୍ଥିତ ରହି ଜନସାଧାରଣଙ୍କ ଅଭିଯୋଗ ଶୁଣାଣୀ କରିଥିଲେ।

Leave A Reply