ଦୀନଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଲ୍ୟ ଯୋଜନା କର୍ମଶାଳା

0

ସୁଆଣ୍ଡୋ : ଓଡିଶା ଜୀବିକା ମିଶନ ଓରମାସ ତରଫରୁ ମଙ୍ଗଳବାର ସତ୍ୟବାଦୀବ୍ଲକ ପରିସରରେ ଦୀନଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଲ୍ୟ ଯୋଜନାର ବ୍ଲକ ସ୍ତରୀୟ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଉଦ୍ଘାଟକ ପଞ୍ଚାୟତ ସମିତି ଅଧ୍ୟକ୍ଷା ସସ୍ମିତା ପ୍ରଧାନ , ବିଡିଓ ଡ. ଗୌରବମୟ ପ୍ରଧାନ, ଅତିରିକ୍ତ ବିଡିଓ ସାରଦାପ୍ରସନ୍ନ ମହାନ୍ତି ଜିଲାପରିଷଦ ସଭ୍ୟ ଧୃବଚରଣ ଦାଶ ଓରମାସ ର ଆସିଷ୍ଟାଣ୍ଡ ଡାଇରେକ୍ଟର ପ୍ରମୁଖ ଅତିଥିଭାବେ ଯୋଗ ଦେଇଥିଲେ । ନିଜର ଯେଉଁ ବିଷୟରେ ରୂଚି ଓ ଦକ୍ଷତା ରହିଛି ସେହି ବିଷୟରେ ତାଲିମ ଗ୍ରହଣ କରିବା ପାଇଁ ଶିକ୍ଷାର୍ଥୀ ମାନଙ୍କୁ ଅତିଥି ମାନେ ପରାମର୍ଶ ଦେଇଥିଲେ । ବ୍ଲକ ପିଏ ସୋଭାଗ୍ୟ ରଞ୍ଜନ କରଙ୍କ ତତ୍ବାବଧାନରେ ଶିବିରଟି କରାଯାଇଥିଲା । ୨୪ଟି ପଞ୍ଚାୟତରୁ ୬୫୦ ଜଣ ଯୁବକ ଯୁବତୀ ଏହି ଶିବିରରେ ଯୋଗଦେଇ ଥିଲେ । ସିଲେଇ କମ୍ପୁଟର ଓଲଡିଙ୍ଗ ଇଲେକ୍ଟ୍ରିସିଆନ ହୋଟେଲ ମ୍ୟାନେଜମେଣ୍ଟ ଆଦି ବିଭାଗରୁ ତେରଟି ସଂସ୍ଥାର ବିଭାଗୀୟ ଅଧିକାରୀ ମାନେ ଦକ୍ଷ ପ୍ରାର୍ଥୀ ମାନଙ୍କୁ ମନୋନୀତ କରିଥିଲେ ।

Leave A Reply