ସତ୍ୟବାଦୀ ବ୍ଲକରେ ୧୨୬୩ ଜଣଙ୍କୁ ଭତ୍ତା ବଣ୍ଟନ କଲେ ବିଧାୟକ

0

ସୁଆଣ୍ଡୋ : ପୁରୀ ଜିଲା ସତ୍ୟବାଦୀ ବ୍ଲକରେ ମଧୁବାବୁ ପେନସନ ଯୋଜନାରେ ବୁଧବାର ଭତ୍ତା ବଣ୍ଟନ କରାଯାଇଛି । ବ୍ଲକର ଚବିଶଟି ପଞ୍ଚାୟତର ୧୨୬୩ ଜଣଙ୍କୁ ଏହା ବଣ୍ଟନ କରାଯାଇଛି । ଏହି ପରିପ୍ରେକ୍ଷୀରେ ଆୟୋଜିତ କାର୍ଯ୍ୟକ୍ରମରେ ବିଧାୟକ ଉମାକାନ୍ତ ସାମନ୍ତରାୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭିନ୍ନକ୍ଷମ ବିଧବା ଅବିବାହିତ କନ୍ୟା, ବୃଦ୍ଧବୃଦ୍ଧାମାନଙ୍କୁ ଭତ୍ତା ବଣ୍ଟନ କରିଥିଲେ । ପଞ୍ଚାୟତ ସମିତି ଅଧ୍ୟକ୍ଷା ସସ୍ମିତା ପ୍ରଧାନ,  ବିଡିଓ ଡ.ଗୌରବମୟ ପ୍ରଧାନ, ଜିଲା ପରିଷଦ ସଭ୍ୟ ପ୍ରହଲାଦ ଘଟୁଆରୀ ଧୃବଚରଣ ଦାଶ, ଉପାଧ୍ୟକ୍ଷ ବିକ୍ରମକେଶରୀ ଜେନା, ସାମାଜିକ ସୁରକ୍ଷା ଓ ସଶକ୍ତିକରଣ ଅଧିକାରୀ ସୂର୍ଯ୍ୟ ପ୍ରସାଦ ପାତ୍ର ଓ ରଶ୍ମିତା ପ୍ରଧାନ, ତ୍ରିନାଥ ମହାପାତ୍ର, ପ୍ରକାଶ ଖଟେଇ ପ୍ରମୁଖ ସରପଞ୍ଚ ସମିତି ସଭ୍ୟମାନେ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସୁରେଶ କୁମାର ସାହୁ, ଶଙ୍କର ପ୍ରଧାନ ଆତ୍ମା ସଭାପତି ବେବିଲାଲ ମିଶ୍ର, ଯଯାତିକେଶରୀ ରାୟ ପ୍ରମୁଖ ସହଯୋଗ କରିଥିଲେ ।

Leave A Reply