ଓଡିଶାର  ସତ୍ୟ ତ୍ରିପାଠୀ ହେଲେ ଜାତିସଂଘର  ସହକାରୀ ମହାସଚିବ

0

ନୂଆଦିଲ୍ଲୀ.- ଓଡିଶାର ସତ୍ୟ ତ୍ରିପାଠୀଙ୍କୁ ଜାତିସଂଘର   ସହକାରୀ ମହାସଚିବ ଭାବେ ନିଯୁକ୍ତି ଦିଆଯାଇଛି । ସେ ଜାତିସଂଘ  ପରିବେଶ ପ୍ରକଳ୍ପର ନ୍ୟୁୟର୍କରେ ଥିବା କାର୍ଯ୍ୟଳୟର ମୁଖ୍ୟ ଭାବେ କାର୍ଯ୍ୟତୁଲାଇବେ । ଜାତିସଂଘର ଟ୍ୱିଟର ଆକାଉଣ୍ଟରେ ସତ୍ୟଙ୍କ ନିଯୁକ୍ତି ବିଷୟରେ ସୂଚନା ଦିଆଯାଇଛି ।

ସତ୍ୟ ତ୍ରିପାଠୀ  ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟରୁ ବାଣିଜ୍ୟରେ ସ୍ନାତୋକତ୍ତର ଓ ଆଇନରେ ସ୍ନାତୋକତ୍ତର ଡିଗ୍ରୀ ହାସଲ କରିଛନ୍ତି ।

ତ୍ରିନିଦାଦ୍‌ ଓ ଟୋବାଗୋର ଇଲିଓଟ୍‌ ହାରିଶ ପୂର୍ବରୁ ଏହି ପଦରେ ରହିଥିଲେ । ସତ୍ୟ ତାଙ୍କ ସ୍ଥାନରେ ନୂଆ ଭାବେ ନିଯୁକ୍ତି ପାଇଛନ୍ତି । ସେ ଜାତିସଂଘର ଉଚ୍ଚ ପଦବୀରେ ଅଧିଷ୍ଠିତ ତୃତୀୟ ଭାରତୀୟ ।

୨୦୧୭ ମସିହାରୁ ସତ୍ୟ ତ୍ରିପାଠୀ ପୂର୍ବରୁ ୟୁଏନ୍‌ଇପିର ୨୦୩୦ ପାଇଁ କରାଯ।ଇଥିବା ସମନ୍ୱିତ ବିକାଶ ପାଇଁ ବରିଷ୍ଠ ଉପଦେଷ୍ଟା ଭାବେ କାମ କରିଥିଲେ ।

ସତ୍ୟ ତ୍ରିପାଠୀ ବରିଷ୍ଠ ଆଇନଜୀବୀ ଓ ଅର୍ଥନୀତିଜ୍ଞ । ତାଙ୍କର ୩୫ ବର୍ଷରୁ ଅଧିକ  ଅଭିଜ୍ଞତା ରହିଛି । ୧୯୯୮ ମସିହାରୁ ସେ ଜାତିସଂଘ ସହ ଜଡିତ ଅଛନ୍ତି । ଏସିଆ, ଆଫ୍ରିକା ଓ ୟୁରୋପରେ ଜାତିସଂଘର ବିଭିନ୍ନ  ପ୍ରକଳ୍ପରେ କାମ କରିଛନ୍ତି । ଆଇନ ସହ ମାନବାଧିକାର ଓ ଗଣତାନ୍ତ୍ରୀକ ସରକାର ଏପରି ବିଭିନ୍ନ ପ୍ରକଳ୍ପରେ ସେ ଜାତିସଂଘ ପାଇଁ କାମ କରିଛନ୍ତି ।

ବିଭିନ୍ନ ବିକଶିତ ଦେଶରେ  ଜଙ୍ଗଲକୁ ନଷ୍ଟ କରି ଅଙ୍ଗରକାମ୍ଳ ନିର୍ଗମନ  ବୃଦ୍ଧି ହେଉଥିବାରୁ ଏଥିପାଇଁ ପୂର୍ବରୁ ଜାତିସଂଘର ସହାୟତାରେ  ହେଉଥିବା ବିଭିନ୍ନ ପ୍ରକଳ୍ପ ଓ ସୁନାମୀରେ ପ୍ରଳୟ ପରେ ହୋଇଥିବା ସହାୟତା କାର୍ଯ୍ୟ ପରି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟର ମୁଖ୍ୟ ଭାବେ ସେ ସଫଳତାର ସହ ନିଜର ଦାୟିତ୍ୱ ନିର୍ବାହ କରିଛନ୍ତି ।

ସାଇପ୍ରସର ଏକତ୍ରି କରଣ ପାଇଁ ୨୦୦୪ରେ ହୋଇଥିବା  ଆଲୋଚନା ବୈଠକ ସତ୍ୟ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ହୋଇଥିଲା ।

Leave A Reply