୪୦୦ ବର୍ଷ ପରେ ଶନି ଓ ବୃହଷ୍ପତି ମହାମିଳନ, ୨୧ ଡିସେମ୍ବର ସନ୍ଧ୍ୟା ୬ ଟାରେ ଦେଖନ୍ତୁ ଏହି ବିରଳ ଦୃଶ୍ୟ

ଭୁବନେଶ୍ବର : ବୃହଷ୍ପତ୍ତି ସୂର୍ଯ୍ୟକୁ ପରିକ୍ରମା କରିବା ପାଇଁ ୧୧.୮୬ବର୍ଷ ନେଇଥାଏ ଏବଂ ଶନି ୨୯.୪ବର୍ଷ ନିଏ। ତେଣୁ ବୃହଷ୍ପତ୍ତି ଓ ଶନି ପ୍ରତ୍ୟେକ ୧୯.୮ ବର୍ଷରେ ଥରେ ପୃଥିବୀରୁ ମିଳିତ ହେବାର ଦେଖାଯାଏ। ସେହିପରି ଅନ୍ୟ ଗ୍ରହର ମଧ୍ୟ ମିଳନ ଦେଖାଯାଏ।

 


ଗ୍ରହମାନଙ୍କ କକ୍ଷର ସମତଳ ପରଷ୍ପରଠାରୁ ଅଳ୍ପ ଢ଼ଳି ରହିଥିବାରୁ ପ୍ରତି ମିଳନରେ ସେମାନଙ୍କ ଦୂରତା ଭିନ୍ନ ହୋଇଥାଏ। ଯେପରିକି ୨୦୦୦, ୨୦୨୦, ୨୦୪୦, ୨୦୬୦ ଏବଂ ୨୦୮୦ ମସିହାରେ ବୃହଷ୍ପତ୍ତି ଓ ଶନିର ମିଳନ ସମୟରେ ସେମାନଙ୍କ ଦୂରତା ଯଥାକ୍ରମେ ୧.୨, .୧୯, ୧.୨, ୧.୨ ଓ ୦.୦୬ ଡିଗ୍ରୀ ରହିଥାଏ ବୋଲି ଭୁବନେଶ୍ବର ପଠାଣି ସାମନ୍ତ ପ୍ଲାନେଟାରିୟମ୍‌ ଉପନିର୍ଦେଶକ ଡ.ଶୁଭେନ୍ଦୁ ପଟ୍ଟନାୟକ ସୂଚନା ଦେଇଛନ୍ତି।

Comments are closed.