ଶନିବାର ପାଳନ କରନ୍ତୁ ଏହି ଉପାୟ

ପ୍ରତ୍ୟେକ ଶନିବାର ଦିନ ଲାଲ ରଙ୍ଗର ବସ୍ତ୍ର ଧାରଣ କରି ପ୍ରଭୁ ହନୁମାନଙ୍କ ନିକଟରେ ଚାଳିସା ପାଠ କରନ୍ତୁ।

ପ୍ରତ୍ୟେକ ଶନିବାର ଦିନ ସନ୍ଧ୍ୟାକାଳରେ ପଶ୍ଚିମ ଦିଗରେ ଦୀପ ଜଳାଇ ଶନିଙ୍କ ମନ୍ତ୍ର ଜପ କରନ୍ତୁ।

ଘରର ଗୁରୁଜନଙ୍କ ସହ ଭଲ ବ୍ୟବହାର କରନ୍ତୁ।

ନୀଳ ଓ ଆକାଶୀ ରଙ୍ଗ ଅଧିକ ପରିଧାନ କରନ୍ତୁ।

କେଉଁ ସମୟରେ ଶନିଙ୍କ ଦୃଷ୍ଟି ଶୁଭ ଫଳ ପ୍ରଦାନ କରେ –

ଶନି ଯେଉଁ ସମୟରେ ମକର, କୁମ୍ଭ ରହିଲେ ତୁଳା ରାଶିର ବ୍ୟକ୍ତିଙ୍କୁ ଶୁଭଫଳ ମିଳିଥାଏ।

ମେଷ, କର୍କଟ, ସିଂହ ରାଶିରେ ରହିଲେ ସେହି ରାଶିର ବ୍ୟକ୍ତିଙ୍କୁ ଶୁଭଫଳ ମିଳିଥାଏ।

ଶନିଙ୍କ ଉପରେ ବୃହସ୍ପତି ଦୃଷ୍ଟି ରହିଲେ ସେହି ସମୟରେ ମଧ୍ୟ ଉତ୍ତମ ଫଳ ମିଳିଥାଏ।

ଶନିଙ୍କ ଶୁଭ ଦୃଷ୍ଟି ପଡ଼ିବା ମାତ୍ରେ ବ୍ୟକ୍ତି ଜୀବନରେ ଥିବା ସମସ୍ତ କଷ୍ଟରୁ ମୁକ୍ତି ମିଳିବା ସହ ଧନ ପ୍ରାପ୍ତି ହୋଇଥାଏ।
ଶନିବାର ସୂର୍ଯ୍ୟ ଉଦୟ ପୂର୍ବରୁ ବା ସୂର୍ଯ୍ୟାସ୍ତ ପରେ ଶନିଦେବଙ୍କୁ ପୂଜାର୍ଚ୍ଚନା କରନ୍ତୁ। ଏହା ଦ୍ବାରା ବିଶେଷ ଲାଭ ମିଳିଥାଏ।

କଳା ବା ନୀଳ ରଙ୍ଗର ଆସନ ଉପରେ ବସି ରାଶି ତେଲର ଦୀପ ଜଳାନ୍ତୁ।

ପଶ୍ଚିମ ଦିଗକୁ ମୁହଁ କରି ଦୀପ ଜଳାନ୍ତୁ ଓ ପ୍ରଣାମ କରନ୍ତୁ।

ଲଗାତର ୭ ଥର ଶନିସ୍ତୋତ୍ର ପାଠ କରନ୍ତୁ।

ଏପରି ସକାଳେ ଓ ସନ୍ଧ୍ୟାରେ ଲଗାତର ଭାବେ ୨୭ ଦିନ ଯାଏ କରନ୍ତୁ।

ନିଜ ସମସ୍ୟା ଦୂର ପାଇଁ ଶନିଦେବଙ୍କୁ ପ୍ରାର୍ଥନା କରନ୍ତୁ।

Comments are closed.