ଶନିବାର ରାଶିଫଳ( ୦୨-୦୧-୨୦୨୧)

ମେଷ: ପରିଶ୍ରମ ଅତ୍ୟଧିକ ହେଲେ ବି ତା’ର ମୂଲ୍ୟ ମିଳିବ। କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ। କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ। ଗୃହ ପରିବେଶ ସ୍ବାସ୍ଥ୍ୟ ଉପଯୋଗୀ ହେବ। ସମ୍ମାନିତ ହୋଇପାରନ୍ତି।

ବୃଷ: ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖା ଦେବ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ଅଛି। ଭବଗତ ପ୍ରେମୀ ହୋଇପାରନ୍ତି। ଦେବଦର୍ଶନର ସୌଭାଗ୍ୟ ଅଛି। ଅଶାନ୍ତିରୁ ଆଶ୍ବସ୍ତ ହୋଇପାରନ୍ତି। ତୀବ୍ର ପ୍ରତିଦ୍ବନ୍ଦ୍ବିତାରେ ସମ୍ମୁଖୀନ ହୋଇ ବିଜୟୀ ହେବେ।

ମିଥୁନ: ବ୍ୟକ୍ତିତ୍ବର ମହାନ୍‌ ପରାକାଷ୍ଠା ପ୍ରତିପାଦନ କରିପାରନ୍ତି। ବିଭିନ୍ନ ଦିଗରୁ ଧନାଗମର ସୂଚନା ମିଳୁଛି। ସହିଷ୍ଣୁ ହେବେ। ନୀତି ନିଷ୍ଠ ବ୍ୟକ୍ତିଭାବେ ସାମାଜିକ ସ୍ତରରେ ଆଦର ମିଳିବ। ପାରିବାରିକ ସଂପର୍କ ଉନ୍ନତମାନର ହେବ। ନିତ୍ୟାନନ୍ଦଯୁକ୍ତ ହେବେ।

କର୍କଟ: ଆୟ ଆଶାନୁରୂପ ହେବ। ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭବାନ୍‌ ହେବେ। ସ୍ବାସ୍ଥ୍ୟ ଅତୁଟ ରହିବ। ନୂଆବନ୍ଧୁଙ୍କ ସାନ୍ନିଧ୍ୟ ମିଳିବ। ଚିନ୍ତାଧାରା ଉନ୍ନତମାନର ହେବ। ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ। ଦାମ୍ପତ୍ୟ ସୁଖ ମିଳିବ।

ସିଂହ: କାର୍ଯ୍ୟରେ ବାଧାବିଘ୍ନ ଉପୁଜିଲେ ବି ଆଗକୁ ବଢ଼ି ଚାଲିବେ। ଧାର୍ମିକ କାର୍ଯ୍ୟରେ ବ୍ୟୟ ପରିମାଣ ଅଧିକ ହୋଇପାରେ। ଜିତେନ୍ଦ୍ରୀୟ ହେବେ। ନାରୀମାନଙ୍କ ପ୍ରତି ସମ୍ମାନ ବୋଧ ରହିବ। ମଧୁର କଥା କହି ପରକୁ ଆପଣାର କରିପାରନ୍ତି।

କନ୍ୟା: ପ୍ରତ୍ୟେକ କାର୍ଯ୍ୟରେ ସଫଳତା ମିଳିବ। ବ୍ୟବସାୟ ଲାଭଜନକ ହେବ। ସୁସମ୍ବାଦ ପାଇ ଖୁସି ହୋଇପାରନ୍ତି। ଜ୍ଞାନ ଅର୍ଜନ ପାଇଁ ଆଗ୍ରହୀ ହେବେ। ସତ୍‌କର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ବିଭିନ୍ନ ଦିଗରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି।

ତୁଳା: ସୁସମ୍ବାଦ ପାଇ ଖୁସି ହୋଇପାରନ୍ତି। କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ। ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖା ଦେଇପାରେ। ଶୁଭକର୍ମ ପାଇଁ ବାତାବରଣ ଅନୁକୂଳ ଅଛି। ବିବାଦୀୟ ଘଟଣାରେ ବିଜୟ ଲାଭ କରିବେ।

ବିଛା: କାର୍ଯ୍ୟରେ ସଫଳତା ମିଳିବ। ଅଧିକ କ୍ଷମତା ପାଇ ତା’ର ସଦ୍‌ବ୍ୟବହାର କରିପାରନ୍ତି। ଜଣେ ପ୍ରତିଯୋଗୀ ଭାବେ କୃତିତ୍ବ ହାସଲ କରିବେ। ପାରିବାରିକ ଜୀବନ ସୁଖପ୍ରଦ ହେବ। ଦିନଟି ମଧ୍ୟମ ଧରଣର। କର୍ମକ୍ଷେତ୍ରରେ ପ୍ରଶଂସାର ପାତ୍ର ହେବେ।

ଧନୁ: ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଆର୍ଥିକ ସ୍ଥିତି ଦୁର୍ବଳ ରହିବ। ଖର୍ଚ୍ଚ ବୃଦ୍ଧିର ସୂଚନା ମିଳୁଛି। ସ୍ବଳ୍ପ ପରିମାଣର ଧନାଗମ ହେବ। ଶତ୍ରୁ ବୃଦ୍ଧିର ସୂଚନା ମିଳୁଛି; ମାତ୍ର କିଛି ଅନିଷ୍ଟ ହେବ ନାହିଁ। ଅଷ୍ଟମଚନ୍ଦ୍ର ଯୋଗୁଁ ସତର୍କ ରହିବେ।

ମକର: ସୁଖକର ଘଟଣାମାନ ଘଟିପାରେ। କର୍ମକ୍ଷେତ୍ରକୁ ଉଳମୟ କରି ଗଢ଼ି ତୋଳିବେ। ଶୁଭ କାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି। ପରୋପକାରୀ ହେବେ। ବିଭିନ୍ନ ଦିଗରୁ ଧନାଗମ ହେବ। ବ୍ୟବସାୟ ଲାଭଜନକ ହେବ। ଖାଦ୍ୟ ପେୟରେ ଆନନ୍ଦ ଅନୁଭବ କରିବେ।

କୁମ୍ଭ: ନୈତିକ ସହାୟତା ମିଳିବ। ଶତ୍ରୁଙ୍କୁ ବାକ୍‌ଯୁଦ୍ଧରେ ପରାସ୍ତ କରି ମାନସିକ ଶାନ୍ତି ଫେରି ପାଇବେ। ସୁସମାଚାର ପାଇ ଖୁସି ହେବେ। ଶୁଭ କାର୍ଯ୍ୟ ପାଇଁ କ୍ଷେତ୍ର ଅନୁକୂଳ ରହିଛି। ଋଣ ପରିଶୋଧ କରିପାରନ୍ତି। ଚାକିରି କ୍ଷେତ୍ରରେ ସୁନାମ ଅର୍ଜନ କରିବେ।

ମୀନ: ଅଧ୍ୟାପନା ପାଇଁ ଅଧ୍ୟୟନରତ ହୋଇପାରନ୍ତି। ବିଭିନ୍ନ ଦିଗରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଲଟେରିର ଭାଗ୍ୟଫଳ ଆପଣଙ୍କ ସପକ୍ଷରେ ଯାଇପାରେ। ବ୍ୟବସାୟ ଲାଭଜନକ ହେବ। ହଠାତ୍‌ କିଛି ଅର୍ଥ ମିଳିପାରେ। ସାହସୀ ଓ ଜ୍ଞାନୀ ହୋଇପାରନ୍ତି।

Comments are closed.