ଶନିବାର ରାଶିଫଳ – ୨୭/୦୩/୨୦୨୧

ମେଷ: କର୍ମଚଞ୍ଚଳ ରହିବେ। କନ୍ୟା ସନ୍ତାନର କାର୍ୟ୍ୟକଳାପ ଆପଣଙ୍କ ସମ୍ମାନ ବୃଦ୍ଧି କରିବାରେ ସହାୟକ ହେବ। ଆକସ୍ମିକ ଧନଲାଭର ସୂଚନା ମିଳୁଛି। ଆର୍ଥିକ ସ୍ରୋତ ବିଭିନ୍ନ ଦିଗରୁ ଆସିବ। ବ୍ୟବସାୟରୁ ପ୍ରଚୁର ଲାଭ ମିଳିବ।
ବୃଷ: ଉଦାର ପ୍ରକୃତିର ହୋଇପାରନ୍ତି। ଦାନଶୀଳ ହେବେ। ବ୍ୟକ୍ତିତ୍ୱ ବିକଶିତ ହେବ। ସୁସ୍ଥ ଓ ନିରାମୟ ରହିବେ। କୃଷିରୁ ଲାଭବାନ୍ ହେବେ। ପ୍ରେମୀ ଓ ବୁଦ୍ଧିମାନ୍ ହେବେ। ଯାନବାହନ ସୁଖ ମିଳିପାରେ। ଭାଇମାନଙ୍କ ମଧ୍ୟରେ ଶ୍ରେଷ୍ଠ ହେବେ।
ମିଥୁନ: ମନ ପ୍ରସନ୍ନ ରହିବ। ଆସ୍ତିକ ହେବେ। ମଧୁରଭାଷି ହୋଇପାରନ୍ତି। ଥଣ୍ଡା, କଫଜନିତ ସାମାନ୍ୟ କ୍ଳେଶ ଅନୁଭବ କରିପାରନ୍ତି। ପ୍ରେମୀ ଓ ସାହସୀ ହେବେ। ସାନଭାଇମାନଙ୍କ ଠାରୁ ଆଦର ଓ ସମ୍ମାନ ମିଳିବ। ଧାର୍ମିକ, ବନ୍ଧୁପ୍ରେମୀ ଓ ବିଦ୍ୱାନ୍ ହେବେ।
କର୍କଟ: ଭାଗ୍ୟଶାଳୀ ହୋଇପାରନ୍ତି। ମଧୁରଭାଷା, ସହନଶୀଳ ଓ ଶାନ୍ତିପ୍ରିୟ ହେବେ। ବିଦ୍ୟାପ୍ରେମୀ ହେବା ଆଶାକରାଯାଏ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ବିଦ୍ୟାଭ୍ୟାଷୀ ହୋଇପାରନ୍ତି। ବିବାଦୀୟ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିବେ।
ସିଂହ: ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଆୟ ଯଥେଷ୍ଟ ପରିମାଣର ବୃଦ୍ଧି ପାଇବ। ଐଶ୍ୱର୍ୟ୍ୟ ପ୍ରାପ୍ତିର ସୂଚନା ମିଳୁଛି। ମାଲିମୋକଦ୍ଦମାରେ ବିଜୟୀ ହେବା ସହିତ ଧନ ବୃଦ୍ଧି ହେବାର ସୂଚନା ମିଳୁଛି। ଚକ୍ଷୁରେ ସାମାନ୍ୟ ପୀଡ଼ା ଅନୁଭବ କରିବେ।
କନ୍ୟା: କର୍ମଚଞ୍ଚଳ ରହିବେ। ଥଣ୍ଡା, କଫରେ ଆକ୍ରାନ୍ତ ହୋଇପାରନ୍ତି। ନିରୋଳାରେ କିଛି ସମୟ ବିତାଇବାକୁ ଇଚ୍ଛା କରିବେ। ମଧୁର ଭାଷା ବ୍ୟବହାର କରି ପରକୁ ଆପଣାର କରିପାରନ୍ତି। ପରୋପକାରରେ ଅଧିକ ବ୍ୟୟର ସମ୍ମୁଖୀନ ହୋଇପାରନ୍ତି।
ତୁଳା: ସସ୍ଥ ଓ ନିରାମୟ ରହିବେ। ଯଶସ୍ୱୀ ହୋଇପାରନ୍ତି। ଲୋକପ୍ରିୟତା ଅର୍ଜନ କରିବେ। କର୍ମଚଞ୍ଚଳ ରହିବେ। ସରକାରୀ ସ୍ତରରେ ସମ୍ମାନିତ ହେବା ସହିତ ଅର୍ଥପ୍ରାପ୍ତି ସୂଚନା ମିଳୁଛି। ଯାନବାହନ ସୁଖ ମିଳିବ।
ବିଛା: କୁଳ ଉଜ୍ଜ୍ୱଳକାରୀ ହୋଇପାରନ୍ତି। ମନ ପ୍ରସନ୍ନ ରହିବ। ସୁସ୍ଥ ଓ ନିରାମୟ ରହିବେ। ଦୟାଳୁ ସ୍ୱଭାବର ହୋଇପାରନ୍ତି। ବ୍ୟବସାୟ ଲାଭଜନକ ହେବ। ଯଶସ୍ୱୀ ହୋଇପାରନ୍ତି। ନିଜ ପରିବାର ପ୍ରତି ସ୍ନେହ ସଦିଚ୍ଛାଭାବ ରହିବ।
ଧନୁ: ଭାଗ୍ୟଶାଳୀ ହୋଇପାରନ୍ତି। ଦିନଟି ଭୋଗ ବିଳାସରେ ଅତିବାହିତ ହେବ। ସୁଖ ସମୃଦ୍ଧିପୂର୍ଣ୍ଣ ଜୀବନଯାପନ କରିବେ। ବହୁ ସୁଖର ଅଧିକାରୀ ହେବେ। ବିଦ୍ୱାନ୍, ସାହସୀ ଓ ସମ୍ପତ୍ତିବାନ୍ ହୋଇପାରନ୍ତି। ଦାମ୍ପତ୍ୟ ସୁଖ ମିଳିବ।
ମକର: ସ୍ୱାଭିମାନୀ ହେବେ। ଶାରୀରିକ ଦୁର୍ବଳତା ଅନୁଭବ କରିପାରନ୍ତି। ମିତ୍ରମାନଙ୍କୁ ହାତଛଡ଼ା କରି ପରେ ମନସ୍ତାପ କରିବେ। ଯୁଗ୍ମ ବ୍ୟବସାୟ ଲାଭଜନକ ହୋଇପାରେ। ଅଷ୍ଟମଚନ୍ଦ୍ର ହେତୁ ସତର୍କ ରହିବେ।
କୁମ୍ଭ: ବନ୍ଧୁ ସହାୟତା ପାଇ ଅସାଧ୍ୟ ସାଧନ କରିପାରନ୍ତି। ବ୍ୟବସାୟ ଲାଭଜନକ ହେବ। ସମାଜ ସେବାରେ ନିଜକୁ ନିୟୋଜିତ କରିବେ। ଶାନ୍ତ ଓ ଧୈର୍ୟ୍ୟବାନ୍ କରିପାରନ୍ତି। ଜ୍ଞାନ ଗରିମାଯକ୍ତୁ ହେବେ। ଉଚ୍ଚ ସମ୍ମାନ ଲାଭ କରିବେ।
ମୀନ: ଭାଇମାନଙ୍କ ଉପରେ ସ୍ନେହ ଭାବ ରହିବ। ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରନ୍ତି। ଶକ୍ତିମାନ ହେବେ। ଶତ୍ରୁହନ୍ତା ହୋଇପାରନ୍ତି। ଚାକିରୀ କ୍ଷେତ୍ରରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ଶ୍ରଦ୍ଧାଭାଜନ ହେବେ। କର୍ମକ୍ଷେତ୍ରକୁ ଉଜ୍ଜ୍ୱଳମୟ କରିପାରନ୍ତି।

Comments are closed.