ଶନିବାର ରାଶିଫଳ – ୬ ମାର୍ଚ୍ଚ ୨୦୨୧

ମେଷ: ଉଚ୍ଚ ପଦପଦବୀ ଲାଭ କରିପାରନ୍ତି। ବହୁ ମିତ୍ରଙ୍କ ସାନ୍ନିଧ୍ୟ ମିଳିବ। ସନ୍‍ମାର୍ଗୀ ହେବେ। ସରକାରୀ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଦୁଃସାହସିକ କାର୍ଯ୍ୟ କରିପାରନ୍ତି; ତଥାପି ଦିନସାରା ସତର୍କ ରହିବାକୁ ପଡ଼ିବ।
ବୃଷ: ସ୍ୱାଭିମାନୀ ହୋଇପାରନ୍ତି। ଶୃଙ୍ଖଳିତ କାର୍ଯ୍ୟ କରି ଉଚ୍ଚକର୍ତ୍ତୃପକ୍ଷଙ୍କ ପ୍ରଶଂସାର ପାତ୍ର ହେବେ। ବୁଦ୍ଧିମାନ ହେବେ। ଯାନବାହନ ସୁଖ ମିଳିପାରେ। ସରକାରୀ ମାନ୍ୟତା ମିଳିବ। ପୁତ୍ର ସୁଖ ପାଇ ଆନନ୍ଦ ଅନୁଭବ କରିବେ। ପରୋପକାରୀ ହେବେ।
ମିଥୁନ: ସ୍ୱଭାବ ସୁଲଭ ଗୁଣ ପ୍ରକାଶିତ ହେବ। ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରି ଆତ୍ମସନ୍ତୋଷ ଲାଭ କରିବେ। ବିଖ୍ୟାତ କୀର୍ତ୍ତି ସ୍ଥାପନ କରିପାରନ୍ତି। ବହୁ ବନ୍ଧୁ ଅର୍ଜନ କରିପାରନ୍ତି। ଉପକାରୀ ବ୍ୟକ୍ତିଭାବେ ସାମାଜିକ ସ୍ତରରେ ଆଦରଣୀୟ ହୋଇପାରନ୍ତି।
କର୍କଟ: ବିଦ୍ୟା ଅର୍ଜନରେ ପ୍ରତିଦ୍ୱନ୍ଦ୍ବିତା ହେବେ। ବିଭିନ୍ନ ଦିଗରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଶୁଭ ଖବର ପାଇ ଖୁସି ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଗୃହ ପରିବେଶ ଉଚ୍ଚମାନର ହେବ। ମୂଲ୍ୟବାନ୍‍ ଧାତୁ ଦ୍ରବ୍ୟର ଅଧିକାରୀ ହେବେ।
ସିଂହ: କାର୍ଯ୍ୟକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। ପରୋପକାରୀ ହେବେ। ବିଭିନ୍ନ ସ୍ତରରୁ ଧନ ଲାଭ କରିପାରନ୍ତି। ଗୋଷ୍ଠୀ, ନଗର କିମ୍ବା ଗ୍ରାମର ମୁଖ୍ୟ ହୋଇପାରନ୍ତି। ମନ୍ତ୍ରଣା ଶକ୍ତିଯୁକ୍ତ ହେବେ। ଶତ୍ରୁ ବିନାଶ କରି ଆଶ୍ୱସ୍ତ ହେବେ।
କନ୍ୟା: ଯେ କୌଣସି ସ୍ତରରୁ ଅର୍ଥାଗମ ହେବ। ଶୁଭକାର୍ଯ୍ୟ ପାଇଁ ବାତାବରଣ ସ୍ୱଚ୍ଛ ଓ ନିର୍ମଳ ରହିଛି। ଠାକୁରଙ୍କ ଦର୍ଶନ ଲାଭ କରି ଆତ୍ମସନ୍ତୋଷ ଲାଭ କରିବେ। ପ୍ରତିଯୋଗିତାରେ ବିଜୟୀ ହେବେ। ସରକାରୀ ସ୍ତରରୁ ଲାଭ ଉଠାଇବାକୁ ସକ୍ଷମ ହେବେ।
ତୁଳା: ତ୍ୟାଗଶୀଳ ହୋଇପାରନ୍ତି। ଜଣେ ନୀତିଜ୍ଞ ବ୍ୟକ୍ତିଭାବେ ସାଧାରଣ ଲୋକଙ୍କ ନମସ୍ୟ ହେବେ। ବିବିଧ ଧନଯୁକ୍ତ ହୋଇପାରନ୍ତି। କର୍ମଚଞ୍ଚଳ ରହିବେ। ଚିତ୍ତ ସନ୍ତୁଷ୍ଟ ରହିବ। ଅତି ସୁଖୀ ଓ କୀର୍ତ୍ତିମାନ୍‍ ହେବେ।
ବିଛା: ଧନବାନ୍‍ ହେବେ। ଅପାର ଗୁଣର ଅଧିକାରୀ ହୋଇପାରନ୍ତି। ଉପାର୍ଜନ ଉଣା ହେବ ନାହିଁ। ଶକ୍ତିମାନ୍‍ ହେବେ। ସ୍ୱାସ୍ଥ୍ୟ ଅତୁଟ ରହିବ। ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ। ନୂଆ ବନ୍ଧୁ ଜୁଟିବେ। ଚିନ୍ତାଧାରା ଉନ୍ନତମାନର ହେବ।
ଧନୁ: ପ୍ରିୟ ଭାଷୀ ହୋଇପାରନ୍ତି। ଧନ ଓ ଯାନବାହନଯୁକ୍ତ ହେବେ। ସୁବର୍ଣ୍ଣ ସମ୍ପଦର ଅଧିକାରୀ ହେବେ। ସୁସ୍ଥ ଓ ନିରାମୟ ଜୀବନ ଯାପନ କରିପାରନ୍ତି। ହର୍ଷଯୁକ୍ତ ହେବେ। ସତ୍ୟବାଦୀ ହେବେ। ପାଣ୍ଡିତ୍ୟର ପରିପ୍ରକାଶ ଘଟାଇ ପାରନ୍ତି।
ମକର: ନାନା ବିଧ ସମ୍ମାନର ଅଧିକାରୀ ହୋଇପାରନ୍ତି। ଯାନବାହନ ସୁଖ ମିଳିପାରେ। କୀର୍ତ୍ତିମାନ୍‍ ହେବେ। ଭୋଗ ବିଳାସ କରିପାରନ୍ତି। ଗୁଣଜ୍ଞ ହେବେ। ମନ ପ୍ରସନ୍ନ ରହିବ। ସରକାରୀ ସ୍ତରରୁ ଅର୍ଥ ମିଳିପାରେ।
କୁମ୍ଭ: ବିଭାଗୀୟ ସରକାରୀ ଅର୍ଥ ମିିଳିପାରେ। ଉତ୍ତମ ଗୃହରେ ବସତି ସ୍ଥାପନ କରିପାରନ୍ତି। ବହୁବିଧ ଧନର ଅଧିକାରୀ ହେବେ। ଉତ୍ତମଗୁଣଯୁକ୍ତ ହେବେ। ଶୃଙ୍ଖଳିତ କାର୍ଯ୍ୟଶୈଳୀ ଆପଣଙ୍କୁ ମହାନ୍‍ କରି ଗଢ଼ି ତୋଳିବ।
ମୀନ: ସାମର୍ଥ୍ୟର ପରିପ୍ରକାଶ ଘଟିବ। ଧନାଗମ ହେବ। ଯାନବାହନ ସୁଖ ମିଳିପାରେ। ସରକାରୀ ଅର୍ଥ ପ୍ରାପ୍ତ ହୋଇପାରନ୍ତି। ଲୋଭାସକ୍ତ ହେବେ। ଧନଲାଭକାରୀ ହୋଇପାରନ୍ତି। ପ୍ରଭୂତ ବିଦ୍ୟାର ଅଧିକାରୀ ହେବେ। ପୁଣ୍ୟବାନ୍‍ ହେବେ।

Comments are closed.