ଶନିବାର ରାଶିଫଳ – ୨୦ ଫେବୃଆରୀ ୨୦୨୧

ମେଷ: କାର୍ଯ୍ୟରେ ସଫଳତା ମିଳିବ। ଦେହ ଓ ମନ ଭଲ ରହିବ। ଆୟ, ରୋଜଗାର ବଢ଼ିବ। ଚାକିରି କ୍ଷେତ୍ରରେ ସମ୍ମାନିତ ହୋଇପାରନ୍ତି। ବ୍ୟବସାୟ ଲାଭଜନକ ହୋଇପାରେ। ବିଦ୍ୟାର୍ଥୀଙ୍କୁ ପଢ଼ାପଢ଼ିରେ ଶୁଭଫଳ ମିଳିବ।
ବୃଷ: ଅଧିକ ପରିଶ୍ରମର ସମ୍ମୁଖୀନ ନ ହେଲେ ବି ତା’ର ମୂଲ୍ୟ ମିଳିବ। ସୁସ୍ଥ ନିରାମୟ ରହିବେ। ଉତ୍ତମ ଭୋଜନରେ ଆପ୍ୟାୟିତ ହୋଇପାରନ୍ତି। ମନ ପ୍ରସନ୍ନ ରହିବ। ଆୟ ବୃଦ୍ଧିର ସୂଚନା ମିଳୁଛି। ବ୍ୟବସାୟ ଲାଭଜନକ ହେବ। ବିଦ୍ୟାର୍ଥୀ ଆଗେଇବେ।
ମିଥୁନ: ଉପୁଜିଥିବା ଅସୁବିଧା ଧୀରେ ଧୀରେ ଦୂର ହେବ। କାର୍ୟ୍ୟରେ ସଫଳତା ମିଳିବ। ଖର୍ଚ୍ଚ ପରିମାଣ ବୃଦ୍ଧି ହୋଇପାରେ। ଚାକିରିକ୍ଷେତ୍ରରେ ଦୃଢ଼ ରହିପାରନ୍ତି। ବ୍ୟବସାୟ ଲାଭଜନକ ହେବ। ସୁବର୍ଣ୍ଣାଦି ମୂଲ୍ୟବାନ୍‍ ବସ୍ତ୍ର ପ୍ରାପ୍ତ ହୋଇପାରନ୍ତି। ବିଦ୍ୟାର୍ଥୀ କୃତକାର୍ଯ୍ୟ ହେବେ।
କର୍କଟ: ନାନାବିଧ ସମ୍ମାନର ଅଧିକାରୀ ହୋଇପାରନ୍ତି। ଯାନବାହନଯୁକ୍ତ ହୋଇପାରନ୍ତି। କୀର୍ତ୍ତିମାନ୍‍ ହେବେ। ଭୋଗ ବିଳାସ କରିପାରନ୍ତି। ଗୁଣଜ୍ଞ ହେବେ। ପ୍ରସନ୍ନତା ଲାଭ କରିବେ। ସରକାରୀ ସ୍ତରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି।
ସିଂହ: ଅନ୍ୟ ଉପରେ ନିର୍ଭରଶୀଳ ହୋଇପାରନ୍ତି। ସୁସମ୍ବାଦ ପାଇ ଖୁସି ହୋଇପାରନ୍ତି। କର୍ମରେ ସଫଳତା ମିଳିବ। ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀ ଭାବେ ସମ୍ମାନିତ ହେବେ।
କନ୍ୟା: କାର୍ୟ୍ୟରେ ସଫଳତା ମିଳିବ। କ୍ଷମତାର ଅଭିବୃଦ୍ଧି ଘଟାଇ ତା’ର ସଦ୍‍ବ୍ୟବହାର କରିପାରନ୍ତି। ବିବାଦୀୟ ଘଟଣାରେ ବିଜୟୀ ହେବେ। ପଡ଼ୋଶୀଙ୍କ ସହିତ ସଦ୍‌ଭାବନାରେ ଚଳିବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ବିଦ୍ୟାର୍ଥୀଙ୍କ ପାଇଁ ସୁଯୋଗ ସୃଷ୍ଟି ହେବ।
ତୁଳା: ଅର୍ଥାଭାବ ଦେଖା ଦେଇପାରେ। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଶୁଭକାର୍ଯ୍ୟ ବର୍ଜନ କରିବା ଉଚିତ ହେବ। ଅଯଥା ପାରିବାରିକ ଦ୍ୱନ୍ଦ୍ୱ ଉପୁଜିପାରେ। ଅଷ୍ଟମଚନ୍ଦ୍ର ଭୋଗ ହେତୁ ମନ ବିବ୍ରତ ରହିବ। ବିଦ୍ୟାର୍ଥୀ ବ୍ୟସ୍ତମନା ହେବେ।
ବିଛା: ସୁଖକର ଘଟଣାମାନ ଘଟିପାରେ। କର୍ମକ୍ଷେତ୍ରରୁ ସଫଳତା ମିଳିବ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ। ଆନନ୍ଦ ଉପଭୋଗ କରିପାରନ୍ତି। ବିଦ୍ୟାର୍ଥୀଙ୍କୁ ମଧ୍ୟମ ଫଳ ମିଳିବ।
ଧନୁ: ଶତ୍ରୁକୁ ପରାଜିତ କରି ମାନସିକ ଶାନ୍ତି। ଫେରିପାଇବେ। ସୁସମ୍ବାଦ ପାଇ ଖୁସି ହେବେ। ସାରାଦିନ କାର୍ଯ୍ୟ ବ୍ୟସ୍ତ ରହିବେ। ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି। ଋଣ ପରିଶୋଧ କରି ପାରନ୍ତି। କ୍ରୋଧ ସମ୍ବରଣ କରିପାରନ୍ତି।
ମକର: ଅଧ୍ୟାପନା ପାଇଁ ପ୍ରସ୍ତୁତି ସ୍ୱରୂପ ଅଧ୍ୟୟନରତ ହୋଇପାରନ୍ତି। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ସୁ ସମ୍ବାଦ ପାଇ ଖୁସି ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଦେହ ଭଲ ରହିଲେ ବି; ମନ ଦୁର୍ବଳ ରହିବ। ଆନନ୍ଦ ଉତ୍ସବ ଲାଗି ରହିବ।
କୁମ୍ଭ: ଆୟ ବ୍ୟୟ ପ୍ରାୟ ସମାନ୍ତରାଳ ଗତି କରିବ। ଚାକିରି କ୍ଷେତ୍ରରେ ଦୃଢ଼ ମନୋବଳ ନେଇ କାର୍ଯ୍ୟ କରି ଚାଲିବେ। ବ୍ୟବସାୟରେ ଆଗକୁ ବଢ଼ିବେ। ଅଧସ୍ତନମାନଙ୍କ ସହଯୋଗ ମିଳିବ। ବିବାଦୀୟ ଘଟଣାରେ ଜିତାପଟ୍‍ ନେଇପାରନ୍ତି।
ମୀନ: ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ। ଶୁଭ କାର୍ୟ୍ୟ ପାଇଁ ବାତାବରଣ ସ୍ୱଚ୍ଛ ଓ ନିର୍ମଳ ରହିଛି। ଠାକୁରଙ୍କ ଦର୍ଶନ ଲାଭ କରି ଭାବ ବିହ୍ୱଳ ହୋଇପାରନ୍ତି। ସରକାରୀ ସ୍ତରରୁ ଲାଭ ଉଠାଇବାକୁ ସକ୍ଷମ ହେବେ। ଜନ ସମର୍ଥନ ପାଇ ଖୁସି ହୋଇପାରନ୍ତି।

Comments are closed.